‘୧୮ତମ ବଲାଙ୍ଗୀର ବହିହାଟ- ୨୦୨୬’
କରାଇ ନ ଦେବାକୁ ଅସନ୍ତୁଷ୍ଟଙ୍କ ମେଳି ଓ ଅପପ୍ରଚାର !
ବଲାଙ୍ଗୀର : ଜିଲ୍ଲାର ଏକ ମର୍ଯ୍ୟାଦାବନ୍ତ ସାରସ୍ବତ ଅନୁଷ୍ଠାନ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ପ୍ରାୟ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ଯ ଆଗାମୀ ୨୦୨୬ ଫେବୃୟାରୀ ୧୨ ରୁ ୨୧ ତାରିଖ ପର୍ଯ୍ଯନ୍ତ ୧୦ ଦିନ ଧରି ରାଜ୍ୟସ୍ତରୀୟ ପୁସ୍ତକମେଳା ବା ‘୧୮ ତମ ବଲାଙ୍ଗୀର ବହିହାଟ-୨୦୨୬ ‘ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି । ଏହାର ପ୍ରସ୍ତୁତିବୈଠକ ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏପରିକି ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିକଟରେ କୋଶଳ କଳାମଣ୍ଡଳ ପଡିଆର ସଂରକ୍ଷଣ ଆବେଦନ ସହ କମିଟି କର୍ମକର୍ତ୍ତାମାନେ ଭୁବନେଶ୍ବରସ୍ଥିତ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଭେଟି ଗତବର୍ଷର ବହିହାଟ ବାବଦ ୧ ଲକ୍ଷ ଟଙ୍କାର ମଞ୍ଜୁର ଅର୍ଥ ଆସି ନଥିବାରୁ ଜଣାଇଥିଲେ । ତେବେ ନିର୍ଦ୍ଦେଶାଳୟ ପକ୍ଷରୁ ପରିଷଦକୁ ତତ୍ ସମ୍ପର୍କିତ ଖର୍ଚ୍ଚର ଡକୁମେଣ୍ଟ ସେଠାକୁ ପହଞ୍ଚି ନଥିବାରୁ ତାହା ପ୍ରଦାନ କରାଯାଇନାହିଁ ବୋଲି କୁହାଯିବାରୁ ରେଜିଷ୍ଟ୍ରି ଡାକରେ ପ୍ରେରିତ ଡକୁମେଣ୍ଟ କେଉଁଠି ହଜିଯାଇଥିବା କହି ଆଉ ଏକ କିତା ଡକୁମେଣ୍ଟ ଦେବାକୁ କହିବାରୁ ତାହା ମଧ୍ଯ ଦାଖଲ କରାଯାଇଥିଲା ।
ଦ୍ବିତୀୟତଃ ଜିଲ୍ଲାକୁ ସଂସ୍କୃତି ବିଭାଗ ତରଫରୁ ପୁସ୍ତକମେଳା ପାଇଁ ପ୍ରଦତ୍ତ ଅନୁଦାନ ଦୁଇବର୍ଷ ତଳେ ୪ ଲକ୍ଷ ଓ ଚଳିତବର୍ଷର ପ୍ରାୟ ୭ ଲକ୍ଷ ୪୨ ହଜାର ଟଙ୍କା ଅନୁମୋଦନ ହୋଇଥିବାରୁ ‘ଏହାକୁ ଜିଲ୍ଲାରେ ଦୀର୍ଘ ପ୍ରାୟ ୧୭ / ୧୮ ବର୍ଷ ଧରି ପୁସ୍ତକମେଳା ବା ବହିହାଟ କରିଆସୁଥିବା ଜିଲ୍ଲା ଲେଖକ ପରିଷଦକୁ କାହିଁକି ସାମିଲ୍ କରାଯାଉ ନାହିଁ ? ‘ବୋଲି ସହନିର୍ଦ୍ଦେଶକ ଶୂଚୀସ୍ମିତା ମନ୍ତ୍ରୀ ଫୋନ୍ ରେ ବଲାଙ୍ଗୀର ଜିଲ୍ଳା ସଂସ୍କୃତି ଅଧିକାରୀ ଥିବା ରଶ୍ମୀରଞ୍ଜନ ମିଶ୍ରଙ୍କୁ ତାଗିଦ୍ କରିଥିଲେ । ପରିଷଦ ପକ୍ଷରୁ ବଲାଙ୍ଗୀରର ପୂର୍ବତନ ଭାରପ୍ରାପ୍ତ ଡିସିଓଙ୍କ ଅମଳରୁ ଏହି ଅଧିକାରୀଙ୍କ ପର୍ଯ୍ୟନ୍ତ କେତେକ ମଦ୍ୟପ ଓ ଟାଉଟର ଶ୍ରେଣୀୟ ବ୍ୟକ୍ତିଙ୍କ ଦ୍ବାରା ଉକ୍ତ ଅଧିକାରୀ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟଟି ଦିନରାତି ମଦର ଆଡ୍ ଡା ପାଲଟିଯାଇଥିବା ଓ ଯଥେଚ୍ଛାଚାର ଚାଲିଥିବା ଅଭିଯୋଗ କରାଯାଇଥିଲା । ଉଲ୍ଲେଖଯୋଗ୍ଯ ଯେ , କିଛି ଅସହିଷ୍ଣୁ ଗୋଷ୍ଠୀର କଥାର ବଲାଙ୍ଗୀର ଜିଲ୍ଳା ସଂସ୍କୃତି ଅଧିକାରୀଙ୍କ ଅକାରଣ ଅସହଯୋଗ ( ବିଭିନ୍ନ ଆଳରେ ପୂର୍ବରୁ ଦୀର୍ଘ ପ୍ରାୟ ଏତେବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବଲାଙ୍ଗୀର ବହିହାଟ ପାଇଁ କୋଶଳ କଳାମଣ୍ଡଳ ପଡିଆ ନ ଦେବା ( ଅନ୍ୟ କୌଣସି ଅନୁଷ୍ଠାନ ଠାରୁ ଭଡା ନେଉ ନଥିବା ବେଳେ ) ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଳା ଲେଖକ ପରିଷଦଠାରୁ ଟଙ୍କା ନ ନେବାକୁ ପୂର୍ବରୁ ପ୍ରସ୍ତାବ ରହିଥିବା ସତ୍ତ୍ବେ , ପନ୍ଦର ହଜାର ଟଙ୍କାର ଭଡା ନେବା ସତ୍ତ୍ବେ ଶେଷ ମୁହୂର୍ତ୍ତରେ ବାତିଲ୍ କରିଦେବା , ସେହିଦିନ ଓ ସେହିସ୍ଥାନରେ ଅନ୍ଯାନ୍ଯ ସରକାରୀ , ରାଜନୈତିକ ଓ ବିଭିନ୍ନ ମେଳା ପାଇଁ ପଡିଆ ଦେଇ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି ଓ ଜିଲ୍ଲାପାଳଙ୍କୁ ଖଚମିଛ କହି ପ୍ରଭାବିତ କରି ଆସୁଥିବା ଇତ୍ୟାଦି ) ଚାଲିଆସିଛି । ସମ୍ଭବତଃ ତାଙ୍କରି ହସ୍ତକ୍ଷେପରେ ରେଜିଷ୍ଟ୍ରୀ ଡାକରେ ପଠାଯାଇଥିବା ଗତବର୍ଷର ବହିହାଟ ଡକୁମେଣ୍ଟକୁ ଭୁବନେଶ୍ବର ସଂସ୍କୃତି ନିର୍ଦ୍ଦେଶାଳୟ ଅଫିସରେ କୌଣସି ବଦମାସୀ କରାଯାଇ ଲୁଚାଇ ଦିଆଯାଇଥିବା ପରିଷଦ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଏ !

ଏସବୁ କରି ଉଦ୍ଦେଶ୍ଯରେ ସଫଳ ନ ହେବାରୁ ଓ ବିଭାଗୀୟ ଲକ୍ଷାଧିକ ଟଙ୍କାର ଅନୁଦାନର ମନମୁଖୀ ବ୍ୟୟ ନିମନ୍ତେ ସମ୍ଭବତଃ ଉକ୍ତ ଅଧିକାରୀଙ୍କ ଅପପ୍ରରୋଚନାରେ ଜିଲ୍ଲା ଲେଖକ ପରିଷଦରେ ପୂର୍ବରୁ ଦୀର୍ଘବର୍ଷ ରହି ପ୍ରବଳ ପ୍ରତିବାଦ ହେବାରୁ ବହିଷ୍କୃତ ଜଣେ ଅଣଲେଖକ ଓ ଏକ ସ୍ଥାନୀୟ ପିଲାଙ୍କ ବିଜ୍ଞାନପତ୍ରିକା ପ୍ରକାଶନ ସହ ଜଡିତ ଥିବାରୁ ନିଜକୁ ବୈଜ୍ଞାନିକ ଏବଂ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ତଳିଆ ଅଧିକାରୀ ଥିବାରୁ ନିଜକୁ ଶିକ୍ଷାବିତ୍ ବୋଲାଉଥିବା ଜଣେ ନାରୀଲୋଲୁପୀ ଚରିତ୍ରହୀନ ବୃଦ୍ଧଙ୍କ ନେତୃତ୍ବରେ ଯୋଗାଡ କରାଯାଇଥିବା କେତେକ ଅସହିଷ୍ଣୁ ମନ୍ଦକବି- ଯଶପ୍ରାର୍ଥୀ ତଥାକଥିତ କୋଶଳୀ କବି-ଲେଖକ ମେଳି କରି ଷଡଯନ୍ତ୍ର କରି ଚାଲିଛନ୍ତି । ସେମାନଙ୍କ ସହ ମଧ୍ଯ କତିପୟ ବୃଦ୍ଧ ବୟସ୍କ ଲେଖକ ସାମିଲ୍ ଅଛନ୍ତି । ଜଣେ ମଦ୍ୟପ କୋଶଳୀ କବି ଏହାର ମଙ୍ଗ ମୋଡୁଛି ଓ ପରିଷଦର ବରିଷ୍ଠ କର୍ମକର୍ତ୍ତାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ପ୍ରକାଶ ପାଇଛି ।
ଏପରିକି ଏହି ଗୋଷ୍ଠୀ ପକ୍ଷରୁ କେତେକ ତଥାକଥିତ କବି ଲେଖକ , ଅଣଲେଖକ , କାଉନସିଲର ବନାମ ରାଜନୈତିକ ନେତା୩ ଟି ବୈଠକ ଅନୁଷ୍ଠିତ କରି ଜିଲ୍ଲା ଲେଖକ ପରିଷଦ ଥିବା ସତ୍ତ୍ବେ ଓ ଗତବର୍ଷ ଏମାନଙ୍କ ମଧ୍ଯରୁ କେତେକ ବହିହାଟର ମଞ୍ଚରେ ଉପସ୍ଥିତ ଥାଇ ଅଂଶଗ୍ରହଣ କରିଆସି ଥିଲେ ହେଁ , ଦଶନ୍ଧି ଧରି ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ‘ ନିଷ୍କ୍ରିୟ ‘ ବୋଲି ମିଥ୍ୟା ପ୍ରଚାର କରି ଖବରକାଗଜରେ ମିଛଖବର ପ୍ରକାଶ କରୁଛନ୍ତି । ଏପରିକି ଗତକାଲି ଏହି ଅସନ୍ତୁଷ୍ଟ ଗୋଷ୍ଠୀର ସହର ଉପକଣ୍ଠରେ ଏକ ବୈଠକ ଅନୁଷ୍ଠିତ କରାଯାଇ କୌଣସିପ୍ରକାର ବୈଧତା ନ ଥିଲେ ହେଁ , ଆଗରୁ ଥରେ ଜିଲ୍ଲା ଲେଖକ ପରିଷଦର ପୁନର୍ଗଠନ ଓ କାମଚଳା ଜିଲ୍ଲା ଲେଖକ ପରିଷଦ ଇତ୍ୟାଦି କହିବା ପରେ ଏବେ ପରିଷଦର ରେଜିଷ୍ଟ୍ରେସନ ନମ୍ବର ଓ ନାମ ବ୍ଯବହାର କରି ମନଇଚ୍ଛା ଏକ ସମାନ୍ତରାଳ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ଘୋଷଣା କରି ଗଣମାଧ୍ୟମରେ ପ୍ରକାଶ କରାଇଛନ୍ତି ।
ଏଣୁ ଏତଦ୍ଦ୍ବାରା ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ନାଁ’ ରେ ଅଦ୍ୟାବଧି କୌଣସି ସରକାରୀ ସ୍ବୀକୃତି ମିଳି ନଥିବା ସତ୍ତ୍ବେ ଗଣମାଧ୍ୟମରେ ପ୍ରକାଶ କରି ଜନମାନସକୁ ବିଭ୍ରାନ୍ତ କରୁଥିବାର ଠକେଇ , ପରିଷଦ ପକ୍ଷରୁ ଅଦ୍ୟାବଧି ଗତବର୍ଷ ବହିହାଟର ଟେଣ୍ଟ ଭଡା , ସିକ୍ୟୁରିଟି ସଂସ୍ଥାର ବାକିଆ , ବରଗଡ ଓ ଭୁବନେଶ୍ଵର ପୁସ୍ତକମେଳା ଗସ୍ତ ଓ ଅନ୍ଯାନ୍ଯ ପ୍ରାୟ ସାଢେ ତିନିଲକ୍ଷ ଟଙ୍କାର କ୍ଷତି ହେବା ସହ ଅଦ୍ୟାପି ମିଳି ନ ଥିବା ସଂସ୍କୃତି ବିଭାଗର ୧ ଲକ୍ଷ ଟଙ୍କାର ଆର୍ଥିକ କ୍ଷତି ସହ ପରିଷଦ ଓ ଏହାର କର୍ମକର୍ତ୍ତା ଥିବା ପ୍ରତିଷ୍ଠିତ ଲେଖକଙ୍କ ମାନହାନୀ ହେଉଥିବା ଓ ସାଧାରଣ ସଭାରେ ସଭାପତିଙ୍କୁ ଫୋନ୍ ରେ ଧମକଦେବା ସହ ତାଙ୍କ ବିରୋଧରେ ଅକାରଣରେ ନିନ୍ଦାପ୍ରସ୍ତାବ ଗ୍ରହଣ ଇତ୍ୟାଦି ବିରୁଦ୍ଧରେ ତଦନ୍ତପୂର୍ବକ ଉପଯୁକ୍ତ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ ନିମନ୍ତେ ପରିଷଦ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ଏସବୁ ବେଆଇନ୍ କାର୍ଯ୍ୟକଳାପ ଚଳାଇଥିବା କେତେକଙ୍କ ବିରୁଦ୍ଧରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ସହ ସ୍ଥାନୀୟ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି ।

ପ୍ରକାଶ ଯୋଗ୍ଯ ଯେ , ଯଦି ବିଗତ ପ୍ରାୟ ୧୭ ବର୍ଷ ଧରି ଏକ ପଞ୍ଜୀକୃତ ଅନୁଷ୍ଠାନ ପକ୍ଷରୁ ରାଜ୍ଯସ୍ତରୀୟ ପୁସ୍ତକମେଳା ବା ବଲାଙ୍ଗୀର ବହିହାଟ, ପୁସ୍ତକ ଉନ୍ମୋଚନ, ପରଲୋକଗତ କବି ଲେଖକ କଳାକାରଙ୍କର ଶ୍ରାଦ୍ଧସଭା ବା ସ୍ମୃତିସଭା , ବରେଣ୍ଯ କବିଙ୍କ ଜନ୍ମଜୟନ୍ତୀ ପାଳନ ଇତ୍ୟାଦି କରାଯାଇ ଆସୁଥାଏ ଓ ସେହି ଅନୁଷ୍ଠାନ ସହ ସହବନ୍ଧିତ ହୋଇ ବିଗତ ବର୍ଷ ଜିଲ୍ଲାପ୍ରଶାସନ ଜିଲ୍ଲା ସ୍ତରୀୟ ପୁସ୍ତକମେଳା କରିଥିବା ସହିତ ସରକାରଙ୍କ ସଂସ୍କୃତି ବିଭାଗର ଅନୁଦାନ ମଞ୍ଜୁର ହୋଇଥାଏ ; ସେହି ସର୍ବସ୍ୱୀକୃତ ମର୍ଯ୍ୟାଦାବନ୍ତ ଅନୁଷ୍ଠାନ ନାଁ’ରେ କେତେକ ନିକୃଷ୍ଟ ସ୍ବାର୍ଥପର ଗୋଷ୍ଠୀ ବେଆଇନ ଭାବରେ ଆଉ ଏକ ସମାନ ଅନୁଷ୍ଠାନ ଗଢି ସମାଜକୁ ଭୁଲ୍ ବାର୍ତ୍ତା ଦେବା ସହ ରାଜ୍ୟର ଲବ୍ ଧ ପ୍ରତିଷ୍ଠ ସାହିତ୍ଯିକ , ସମ୍ପାଦକ ଓ ଅନ୍ୟର ମାନହାନୀ କରନ୍ତି , ତେବେ ଜିଲ୍ଲାର ଅନ୍ଯାନ୍ଯ ସଂଘଗୁଡିକ ବିରୋଧରେ ଏପରି କାର୍ଯ୍ୟକଳାପ ଗ୍ରହଣୀୟ ହେବ କି ?



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।