
୭୮ତମ ସ୍ଵାଧୀନତା ଦିବସ ଆଜି ନାଲଖଣ୍ଡି ପଡା ଗଜଲକ୍ଷ୍ମୀ ପୂଜାକମିଟି ଦ୍ବାରା ପାଳିତ ହୋଇଯାଇଛି। ବଲାଙ୍ଗୀର- ଆଜି ବଲାଙ୍ଗୀର ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ୭୮ତମ ସ୍ଵାଧୀନତା ଦିବସ ପାଳନ କରିଛନ୍ତି। ପବିତ୍ର ସ୍ବାଧୀନତା ଦିବସ ଅଗଷ୍ଟ ୧୫ ବଲାଙ୍ଗୀର ନାଲଖଣ୍ଡି ପଡା ପୂଜା କମିଟିର ସମସ୍ତ ସଦସ୍ଯ ଏସି ସ୍ବାଧୀନତା ଦିବସ ଧୁମଧାମ ରେ ପାଳନ କରିଛନ୍ତି।
ତକ୍ଷକ ସମ୍ପାଦକ ଶ୍ରୀଯୁକ୍ତ ବାବୁ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଶାନ୍ତନୁ ଭୋଇ ଜାତୀୟ ଗାନ କୁନି କୁନି ଛୋଟ ଛୁଆ ମାନଙ୍କୁ ନେଇ ଗାନ କରିଥିଲେ। ପୂଜା କମିଟିର କର୍ମକର୍ତ୍ତା ବିନୋଦ ନିଆଲ ,ଲକ୍ଷ୍ମୀ ବାଗ, ବଣ୍ଟି ମଲ୍ଲିକ, ଗଜାନନ ଗଡୁଆ ,ରାଜୁ ମେହେର, ମୁନୀନ୍ଦ୍ର ଦାସ, ରାଜ କିଶୋର ନାୟକ, ଗଙ୍ଗାଧର ମଲ୍ଲିକ, ପଞ୍ଚାନନ ଗଡୁଆ, ରାହାସ ବଗର୍ତ୍ତୀ ଓ କମିଟିର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।






“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।
ବିଶ୍ବମୟ ପୂଜାରୀ
ଧନ୍ୟବାଦ ଦୃଷ୍ଟିପାତ ପରିବାର