ଅପରାଧ

ହନିଟ୍ରାପ୍ ଠକର ଓକିଲଙ୍କ ସାମ୍ବାଦିକଙ୍କୁ ଡରାଣ !

Email :

ମିଛ ମାମଲାରେ ଫସାଇ ଦେବାକୁ ପରୋକ୍ଷ ଧମକ

ବଲାଙ୍ଗୀର/ସୁନ୍ଦରଗଡ : ବଲାଙ୍ଗୀରରେ ରହୁଥିବା ବରଗଡ ଜିଲ୍ଲାର ଗାଇସିଲେଟ ଥାନା ଅଞ୍ଚଳର ଜଣେ ହନିଟ୍ରାପ୍ ଠକ ସୁନ୍ଦରଗଡ ଜିଲ୍ଲାର ଭସ୍ମା ଥାନା ଅଞ୍ଚଳରେ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ୧୫ଲକ୍ଷ ଟଙ୍କାର ଠକେଇ କରି ଅଳ୍ପଦିନ ତଳେ ଗିରଫ ହୋଇ ସୁନ୍ଦରଗଡ ଜେଲ୍ ରେ ଥିବାବେଳେ , ତା’କୁ ଜାମିନରେ ବାହାର କରିବାକୁ ବାରମ୍ବାର ବିଫଳ ହେବାରୁ ଏ ସମ୍ପର୍କିତ ଖବର ପରିବେଷଣ କରିଥିବା ସାମ୍ବାଦିକଙ୍କ ଉପରେ ରାଗରେ ରକ୍ତଚାଉଳ ଚୋବାଉଛନ୍ତି ଠକର ଓକିଲ । ଅଭିଯୋଗକାରିଣୀଙ୍କୁ ଠକର ପତ୍ନୀ ୫ ଲକ୍ଷ ଟଙ୍କା ଫେରସ୍ତ ଦେବା ସହ ଆଗାମୀ ଦୁଇମାସରେ ଅବଶିଷ୍ଟ ଟଙ୍କା ଫେରାଇବାକୁ ଆଫିଡେଭିଟ୍ କରିଥିବା ଜାମିନ ଆବେଦନ ବାରମ୍ବାର ରିଜେକ୍ଟ ହୋଇଯାଇଛି ।

ଏଣୁ ସେଠାକାର ଜନୈକା ରାଜନେତ୍ରୀଙ୍କ ସମ୍ପର୍କୀୟା ମହିଳା ଓକିଲଙ୍କ ସହକାରୀ ଓକିଲ ଜଣକ ବଲାଙ୍ଗୀରର ଜଣେ ସରକାରୀଓକିଲଙ୍କ ଜରିଆରେ ଏ ସମ୍ପର୍କିତ ଖବର ପରିବେଷଣ କରିଥିବା ଏଠିକାର ସାମ୍ବାଦିକଙ୍କ ଜଣେ ସହକାରୀ ସମ୍ପାଦକ – ଓକିଲଙ୍କୁ କୁଆଡେ ‘ତାଙ୍କ ମହକିଲ ବନାମ ଠକର ପତ୍ନୀଙ୍କୁ କୁଆଡେ ନିଜକୁ ଜଣେ ଓକିଲ ଓ ୫ ଲକ୍ଷ ଟଙ୍କା ଦେଲେ ସାମ୍ବାଦିକ ଜଣକ ଅଭିଯୁକ୍ତ ଠକର ଜାମିନ କରାଇଦେବେ’ ବୋଲି କହୁଥିବା ଇତ୍ୟାଦି ମିଥ୍ୟା ଅଭିଯୋଗର ଏତଲା ଦାଏର କରିଦେବାକୁ ଉକ୍ତ ଧମକ ଦେଇଥିବା ପ୍ରକାଶ ।

ଏଣୁ ସଦ୍ୟତମ ଜଣେ ସରକାରୀଓକିଲ ହୋଇ ଅନ୍ୟଜିଲ୍ଲାର ଜଣେ ତଥାକଥିତ ସମ୍ପର୍କାୟ ଓକିଲଙ୍କ ଏଭଳି ମିଥ୍ୟା ଅଭିଯୋଗ ଧମକ ଭଳି ଗୁଜବ ପ୍ରଚାର କରୁଥିବା ଏହି ଓକିଲଙ୍କ ସରକାରୀ ସ୍ବୀକୃତି ରଦ୍ଦ କରାଯିବାକୁ ଉକ୍ତ ସାମ୍ବାଦିକଙ୍କ ପକ୍ଷରୁ ଆଇନମନ୍ତ୍ରୀ ତଥା ସରକାରଙ୍କର ଦୃଷ୍ଟିଆକର୍ଷଣ କରିବା ସହ ଉକ୍ତ ଆନ୍ତଃଜିଲ୍ଲା ହନିଟ୍ରାପ୍ ଠକ ଓ ତା’ର ପତ୍ନୀର ଆପରାଧିକ କାର୍ଯ୍ୟକଳାପ ବିରୋଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପୂର୍ବକ ଦୃଷ୍ଟ୍ବାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରନ୍ତି ।

ଏହା ସହିତ ଜଣେ ଦେଶୀମଦ ବ୍ଯବସାୟୀଙ୍କର ବଲାଙ୍ଗୀର ସହରର ପ୍ୟାଲେସ୍ ଲାଇନ୍ ର ଏକ ଭବ୍ୟ ଆପାର୍ଟମେଣ୍ଟରେ ରହୁଥିବା ଓ କୌଣସି କାମଦାମ ନ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷ ବର୍ଷ ଧରି କେବଳ ଲୋକଙ୍କୁ ( ମୁଖ୍ଯତଃ ବିଧବା ମହିଳାଙ୍କୁ ଜମି , ତାଙ୍କ ପୁଅଝିଅଙ୍କୁ ଚାକିରୀ ପ୍ରଲୋଭନ ଇତ୍ୟାଦି ) ଠକେଇ କରି କୋଟି କୋଟି ଟଙ୍କାର ଅନ୍ୟାୟୋପାର୍ଜନରେ ଏକାଧିକ ଗାଡିମଟର ରଖି ମସ୍ତି କରୁଥିବା ଏହି ଠକ ଦମ୍ପତିଙ୍କର ଭୁବନେଶ୍ବର କଳିଙ୍ଗବିହାରରେ ଜଣେ ଏନଜିଓ ବାଲାଙ୍କୁ ୪ କୋଟିରେ ଏକ ଫ୍ଲାର୍ଟ ବିକିବାକୁ ପ୍ରାୟ ୧ କୋଟି ଟଙ୍କାର ଅଗ୍ରୀମ ଠକେଇ ଘଟଣା ଖୁବ୍ ଶୀଘ୍ର ପ୍ରକାଶ ପାଇବ । ତେବେ ଏହି ଠକଦମ୍ପତିଙ୍କୁ ଖସାଇବାକୁ କେତେକ ରାଜନୈତିକ ବ୍ୟକ୍ତିବିଶେଷ, ପୁଲିସ ଓ ଆଇନଜୀବୀଙ୍କର ଏଭଳି ଚକ୍ରାନ୍ତର ମଧ୍ଯ ଖୁଲାସା କରାଯିବ । ସାଧୁ ସାବଧାନ !

Leave a Reply

Your email address will not be published. Required fields are marked *

Related Post