ସାବାସ୍ ସରକାର !
ଫୁଲବାଣୀ : ଗତମାସ ୨୬ ତାରିଖରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର ଗାଡିମଟର ଯାଞ୍ଚ କରୁଥିବା ପୁଲିସ୍ ଗୋଛାପଡା- କଣ୍ଟାମାଳ ରାସ୍ତାର ଡାଙ୍ଗଣାମୁ ଘାଟୀରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ବେହେରାପଡା ଗ୍ରାମର ଜଣେ ବାଇକ୍ଆରୋହୀ ଯୁବକ ଜ୍ୟେଷ୍ଠ ବଣ୍ଡକୀଙ୍କୁ ପିଟି ପିଟି ଗାଡି ଚପାଇ ମାରିଦେଇଥିବା ଯୁବକଟିର ପତ୍ନୀ ସୁମନ୍ତୀ ବଣ୍ଡକୀ ଗୋଛାପଡା ଥାନାରେ ଏକ ଏତଲା ଦେଇଥିଲେ । ଏହାକୁ ଏକ ହତ୍ୟାମାମଲା ଭାବେ ପୁଲିସ୍ ଋଜୁ କରିଥିଲା । କନ୍ଧମାଳ ଏସ୍ ପି ଜଣେ ଡିଏସପିଙ୍କୁ ତଦନ୍ତ ଦାୟିତ୍ୱ ଦେବା ସହ ଘଟଣାରେ ସମ୍ପୃକ୍ତ ୫ ଜଣ ପୁଲିସ୍କର୍ମଚାରୀଙ୍କୁ ନିଲମ୍ବିତ ଓ କାର୍ଯ୍ୟରୁ ଅନ୍ତର କରିଥିଲେ । ତେବେ ଏହା ଏକ ପୁଲିସ୍ ଦ୍ବାରା ହତ୍ୟାକାଣ୍ଡ ନା ପୁଲିସ୍ ଅନୁଯାୟୀ ଏକ ଫେରାର୍ ହୋଇଯିବା ସହ ଗଭୀର ଖାଲରେ ପଡିଯାଇ ଦୁର୍ଘଟଣାଜନିତ ମୃତ୍ୟୁ , ଏ ନେଇ ଦ୍ବନ୍ଦ ରହିଛି ।
ଦୃଷ୍ଟିପାତ ନିଉଜ୍ ପ୍ରଭାବ
ଏ ସମ୍ପର୍କରେ ଅନ୍ୟାନ୍ୟ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ‘ ଦୃଷ୍ଟିପାତ ନିଉଜ୍ ପୋର୍ଟାଲ୍ ‘ ତରଫରୁ ଏକ ବିସ୍ତୃତ ଅନୁସନ୍ଧାନମୂଳକ ରିପୋର୍ଟ ସହ ଘନଘନ ତର୍ଜମା ପ୍ରକାଶ ପାଇଆସୁଥିଲା । ସେ ଯାହେଉ , ଏତିକି କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନହୋଇ ମୃତକର ପତ୍ନୀ , ପରିବାର ଓ ଜନସାଧାରଣଙ୍କ ପକ୍ଷରୁ ଆଜି ଗୋଛାପଡା ଥାନା ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ରାଲି ହେବାକୁ ଘୋଷଣା କରାଯାଇଥିଲା ।

ଏହି ଅନୁଯାୟୀ , ଗୋଛାପଡା ଥାନା କେସ୍ ନ୦ ୧୭୦ / ତା ୨୮ । ୯ । ୨୦୨୪ କୁ ୟୁ / ଏସ୍ ୧୦୩ ( ୧) / ୩ ( ୫ ) ଭାରତୀୟ ନ୍ୟାୟ ସଂହିତା- ୨୦୨୪ ରେ ସିଆଇଡି କ୍ରାଇମବ୍ରାଞ୍ଚ ର ଡିଏସପି ରଜତ କୁମାର ରାୟ ତଦନ୍ତ କରିବେ ବୋଲି ଓଡିଶା ପୁଲିସ୍ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ ।
ତେବେ ସରକାରଙ୍କ ପକ୍ଷରୁ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ରାଲି ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିବା ଜଣାଯାଇଛି । ଏହାକୁ ମୃତକର ପରିବାର , ଅଞ୍ଚଳବାସୀ ‘ ଦୃଷ୍ଟିପାତ ‘ ର ପ୍ରଭାବ ବୋଲି କହିଛନ୍ତି ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।