ଜିଲ୍ଲା

ମିଲ୍ ମାଲିକଙ୍କ ଠାରୁ ଚାନ୍ଦା ଦାବିକରି ନେଉଛି ବିଜେପି – ନରସିଂହ

Email :34

ଠୋସ୍ ପ୍ରମାଣ ଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ – ମନ୍ତ୍ରୀ

ଖାଲି ରାଇସ୍ ମିଲ୍ ନୁହେଁ , ଛତୁଆ ଏସ୍ .ଏଚ୍. ଜି. ରୁ ବି ?

ବଲାଙ୍ଗୀର / ସୋନପୁର  :  କିଛିଦିନ ତଳେ ଆମ ‘ଦୃଷ୍ଟିପାତ ନିଉଜ୍ ପୋର୍ଟାଲ୍’ ରେ  ପ୍ରକାଶ ପାଇଥିଲା ରାଇସ୍ ମିଲ୍ ଉପରେ ସାଂସଦଙ୍କ ଅଚାଆ ଚଢାଉ ଅନ୍ତରାଳେ ? / ରାଜନୈତିକ ଆକ୍ରୋଶ ନା ଟଙ୍କା ପାଇଁ ଡରାଣର ଚର୍ଚ୍ଚା ‘ ଶୀର୍ଷକ ଖବର । ଏହା ଯେ କେବଳ ଉପର ଠାଉରିଆ ଭାବେ କାହାଠୁଁ ଶୁଣାକଥାରେ ପ୍ରକାଶ ପାଇଥିଲା,ତା’ ନୁହେଁ  ।
ବଲାଙ୍ଗୀରର ଏକ ବରିଷ୍ଠ ଅନୁସନ୍ଧାନକାରୀ ସାମ୍ବାଦିକ ଦଳ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି , ବିନିକା ଓ ସୋନପୁର ସମେତ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରି ସେତେବେଳେ ବଲାଙ୍ଗୀର ଭାଜପା ସାଂସଦ ସଙ୍ଗୀତା ସିଂହଦେଓ ଓ ବୀରମହାରାଜପୁର ର ବିଜେପି ବିଧାୟକ ଡ ରଘୁନାଥ ଜଗଦଲା ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ସାଙ୍ଗରେ ନେଇ ଦିନେ ସନ୍ଧ୍ୟାବେଳେ ତିନୋଟି ମିଲ୍ ଉପରେ ଅଚାନକ ଚଢାଉ କରି ସିଲ୍ କରିଦେଇଥିଲେ ଓ ସ୍ଥାନୀୟ ଅଧିକାରୀଙ୍କୁ ନେଇ କେତୋଟି ଯାଞ୍ଚଦଳ ଗଠନ କରି ଷ୍ଟକ୍ ଯାଞ୍ଚ କରି ଦିନକ ପରେ ସିଲ୍ ଖୋଲିବାରୁ ଅଞ୍ଚଳରେ ଉକ୍ତ ମହିଳା ସାଂସଦ ଓ ମହିଳା ଜିଲ୍ଲାପାଳଙ୍କ ସମ୍ପର୍କରେ ରହିଥିବା ପୂର୍ବ ଅଭିଯୋଗର ଚର୍ଚ୍ଚା କାରଣରୁ ଏହି ଅଚାନକ ଚଢାଉ ଅନ୍ତରାଳରେ ଭିନ୍ନ  ଉଦ୍ଦେଶ୍ୟର ଚର୍ଚ୍ଚା କେବଳ ନୁହେଁ , ଗଣମାଧ୍ୟମରେ ମଧ୍ୟ ତାହାର ପ୍ରତିଫଳନ ପ୍ରକାଶ ପାଇଥିଲା  ।  ଏହାକୁ ବିନିକାର ସାମ୍ବାଦିକ ତାଙ୍କର ଓଡିଶାର ବହୁଳ ପ୍ରସାରିତ ଦୈନିକ ସମ୍ବାଦପତ୍ରରେ ‘ ଅର୍ଥ କାରବାରର ଚର୍ଚ୍ଚା ‘ ବୋଲି ପ୍ରକାଶ କରିଥିଲେ ।  ଯଦିଓ ସେତେବେଳେ ବିଭାଗୀୟ ମନ୍ତ୍ରୀ ନୀରବତା ଅବଲମ୍ବନ କରିଥିଲେ ।

ଏହି ଆଧାରରେ ସେହି ଅନୁସନ୍ଧାନକାରୀ ସାମ୍ବାଦିକଦଳ ପ୍ରାୟ ୧୦ ଟିରୁ ଉର୍ଦ୍ଧ୍ବ ରାଇସ୍ ମିଲ୍ କୁ ଯାଇ ଏ ସମ୍ପର୍କରେ ପଚରାଉଚୁରା କରିଥିଲେ । ମିଲର୍ସମାନେ ଖୋଲାଖୋଲି କିଛି ପ୍ରକାଶ କରି ନଥିଲେ ବିବେପାରୀମାନଙ୍କର ମୁହଁ ଖୋଲିବ ନାହିଁ ବୋଲି ଅସହାୟତା ପ୍ରକାଶ କରିଥିଲେ । ତେବେ ଏହି ଚର୍ଚ୍ଚାକୁ ସେମାନେ ଅସ୍ବୀକାର ନ କରି ଚୁପ୍ ରହିଯାଇଥିଲେ ।  ସେତେବେଳର ଲୋକଙ୍କ ଚର୍ଚ୍ଚାରୁ ସାଂସଦଙ୍କ ନୋମିନୀ ଥିବା ଜଣେ ଖମ୍ବେଶ୍ବରୀପାଲି ଅଞ୍ଚଳର  ଉକ୍ତ ନୋମିନୀ ବା ଏଜେଣ୍ଟ୍  ଜରିଆରେ ମିଲ୍ ପ୍ରତି ୫ ଲକ୍ଷ  ଓ  ଉକ୍ତ ତଥାକଥିତ ଦଳୀୟ ଯୁବନେତାଙ୍କୁ ପଚାରିବାରୁ ସେ ମଧ୍ୟ ‘ ୫ ନୁହେଁ , ୭ ଲକ୍ଷ ‘ ଚର୍ଚ୍ଚା ହେଉଥିବା ପରୋକ୍ଷରେ ସ୍ବୀକାର କରିଥିଲେ ।  ତେବେ ଏଭଳି ଚଢାଉ ସମ୍ପର୍କରେ ସେ ସଫେଇ ଦେଇଥିଲେ ଯେ , ଏହା ସତ ନୁହେଁ ଓ ଆଗାମୀ ଦିନରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ହେବାକୁ ଯାଉଥିବାରୁ ଏହା ମିଲର୍ସଙ୍କ ଉପରେ ଏକ ଆଗତୁରା କଟକଣା ଭଳି ପଦକ୍ଷେପ ।

ତେବେ ଏଠି ପ୍ରଶ୍ନଉଠିଥିଲା ଯେ , ଏହା  ଜିଲ୍ଲାପ୍ରଶାସନ ମାଧ୍ୟମରେ ଯୋଗାଣ ବିଭାଗର କାମ ହୋଇଥିବା ବେଳେ ଖୋଦ୍ ସାଂସଦଙ୍କର ନିଜଦଳର ବିଧାୟକ ଓ ଜିଲ୍ଲାପାଳଙ୍କୁ ସାଙ୍ଗରେ ନେଇ ଏଭଳି ନୈଶ୍ୟଚଢାଉର ଆତଙ୍କ ସୃଷ୍ଟି କଲାଭଳି ଆକସ୍ମିକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟାନୁଷ୍ଠାନ କାହିଁକି  ?

ଏବେ ଏହା ସତ ହୋଇଛି ।  ପୂର୍ବତନ ଆଇନମନ୍ତ୍ରୀ , ପୂର୍ବ ବିରୋଧୀଦଳ ନେତା , ବରିଷ୍ଠ ବିଧାୟକ ତଥା କଂଗ୍ରେସର ବରିଷ୍ଠନେତା ନରସିଂହ ମିଶ୍ର ଏ ସମ୍ପର୍କରେ ମୁହଁଖୋଲି ସିଧାସଳଖ ବିଜେପିନେତାମାନେ ରାଇସ୍ ମିଲ୍ ଗୁଡିକରୁ ୭ ଲକ୍ଷ ଟଙ୍କା ଦାବି କରି କେତୋଟିରୁ ୫ ଲକ୍ଷ ଟଙ୍କା ଲେଖାଏଁ ଚାନ୍ଦା ନେଇ ସାରିଥିବା ଗଣମାଧ୍ୟମରେ ବିବୃତି ଦେଇଛନ୍ତି । ଯେତେବେଳେ ଶ୍ରୀ ମିଶ୍ରଙ୍କ ପରି ଜଣେ ଟାଣୁଆରାଜନେତା ଗଣମାଧ୍ୟମରେ ଏହି ବିବୃତିଟି ଉ ଦ୍ ଗା ର କରିଛନ୍ତି , ନିଶ୍ଚିତଭାବରେ ତାଙ୍କ ପାଖରେ ଏ ନେଇ  ଠୋସ୍ ପ୍ରମାଣ ରହିଥିବ  !

ତେବେ ତାଙ୍କର ଏହି ଚାଞ୍ଚଲ୍ୟକର ବିବୃତି ପରେ ରାଜ୍ୟ ସରକାର ବନାମ ଯୋଗାଣ ମନ୍ତ୍ରୀଙ୍କର ନିଦ ଭାଙ୍ଗିଯାଇଛି ଓ ସେ ଏହାକୁ ସଫେଇ ଦେଇ ଅସ୍ବୀକାର କରି ଠୋସ୍ ପ୍ରମାଣ ଦେବାକୁ ଚାଲେଞ୍ଜ୍ କରିଛନ୍ତି । ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁହଁଭୁରୁଡି ମାରି ଓଲଟା ଶ୍ରୀ ମିଶ୍ରଙ୍କ ଉପରେ ଆକ୍ଷେପ କରିଛନ୍ତି ଯେ , ବୟସାଧିକ୍ୟ ହେତୁ ସେ ବିଳିବିଳଉଛନ୍ତି । ତାଙ୍କ ସରକାର ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଏ ନାହିଁ । ତାଙ୍କ ସରକାରର ଏମ୍ ଏଲ ଏ , ଏମ୍ ପି ମାନେ ଏଭଳି କାମ କରନ୍ତିନାହିଁ । ଠୋସ୍ ପ୍ରମାଣ ଦେଲେ ତଦନ୍ତ ପୂର୍ବକ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦିଓ ଶ୍ରୀ ମିଶ୍ର ରାଇସ୍ ମିଲ୍ ରୋ ଚାନ୍ଦା ଆଦାୟରେ ତାଙ୍କ ଦଳର ଏମଏଲଏ ବା ଏମପିମାନେ ଜଡିତ ବୋଲି କହିନାହାଁନ୍ତି । ବିଜେପି ନେତାମାନେ ବୋଲି କହିଛନ୍ତି । ତେଣୁ ମନ୍ତ୍ରୀଙ୍କର ଏଭଳି ଅଗ୍ରୀମସଫେଇ ‘ ଦେଉଳ ଭିତରେ କିଏ ନା ମୁଁ କଦଳୀ ଖାଇନି ‘ ଭଳି କଥା  ! ତେବେ ଠୋସ୍ ପ୍ରମାଣର କଥା  ?

ନିଶ୍ଚିତଭାବେ ଶ୍ରୀ ମିଶ୍ର ତାଙ୍କର ଚାଲେଞ୍ଜ୍ କୁ ଗ୍ରହଣ କରି ଠୋସ୍ ପ୍ରମାଣ ଦେବେ ବୋଲି ଲୋକେ ଆସ୍ଥା କରିଛନ୍ତି । ସମ୍ପୃକ୍ତ ମିଲର୍ସଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ଏହି ସମୟସୀମା ମଧ୍ୟରେ ଏଇ ପରିମାଣର ଟଙ୍କା ଉଠାଣ ବା ଅହେତୁକଭାବରେ କାହାକୁ ଟ୍ରାନ୍ସଫର୍ ହେଉ ବା ଅନ୍ୟ କୌଣସି ଜରିଆରେ ଏହାର ପ୍ରମାଣ ଏତେ ଦୁରୂହ ବ୍ୟାପାର ନୁହେଁ । ସର୍ବୋପରି ଜଣେ ପୂର୍ବତନ ଆଇନମନ୍ତ୍ରୀ ଓ ପୂର୍ବତନ ବିନିକା ବିଧାୟକ ଭାବରେ ଏବେ ସୁଦ୍ଧା ଶ୍ରୀ ମିଶ୍ରଙ୍କର ସେହି ଅଞ୍ଚଳରେ ପ୍ରଭାବ ରହିଛି ଓ  ସେ ଚାହିଁଲେ , ସେ ଅଞ୍ଚଳର କୌଣସି ମିଲର୍ ତାଙ୍କ ପାଇଁ ଛାତିପତାଇ ସାମ୍ନାକୁ ଅଭିଯୋଗକାରୀ ଭାବେ ବାହାରି ପଡିବା ବିଚିତ୍ର ହେବନାହିଁ ।

ତେବେ ବଲାଙ୍ଗୀର ଜିଲ୍ଲାରେ  ଆହୁରି ଏକ ଚର୍ଚ୍ଚାରୁ ଜଣାଯାଇଛି ଯେ , ଅଙ୍ଗନବାଡିର ଶିଶୁଖାଦ୍ୟ ଛତୁଆ ପ୍ରସ୍ତୁତକାରୀ ମହିଳା ଏସ୍ ଏଚ୍ ଜି ଗୋଷ୍ଠୀର ୭/୮ ମାସର ବିଲ୍ ଅଟକାଇ ଦେଇ ସାଂସଦ ପ୍ରତି ୟୁନିଟ୍ ରୁ ୭ ଲକ୍ଷ ଟଙ୍କା ଲେଖାଏଁ  ବଲାଙ୍ଗୀର , ସିନ୍ଧେକେଲା , କୁଡାସିଂହା ଆଦି ଅଞ୍ଚଳର କେତେକ ନୋମିନୀଙ୍କ ଜରିଆରେ ଦାବି କରି ନେଉଥିବା ଅଭିଯୋଗର ଚର୍ଚ୍ଚା ହେଉଛି । ପୁଇଁତଳା ବ୍ଲକ୍ ର ଏକ ଛତୁଆ ପ୍ରସ୍ତୁତକାରୀ ମହିଳା ଏସଏଚଜିର କର୍ମକର୍ତ୍ତୀ ଏଭଳି ଅଭିଯୋଗ ପ୍ରକାଶ କରିଛନ୍ତି । ତେବେ ଏ ସମ୍ପର୍କରେ ସାଂସଦଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଯଦି ଏହା ସତ୍ୟ ହୁଏ , ସାଙ୍ଘାତିକ୍ ! ଏଣୁ ସାଧୁ ସାବଧାନ !

ନିଆଁ ନଥିଲେ , ଧୁଆଁ ବାହାରେ ନାକ ! ରାଇସ୍ ମିଲ୍ ରୁ ହେଉ ବା  ଶିଶୁଖାଦ୍ୟ ଛତୁଆରୁ ହେଉ ,ଏଭଳି ଗୁରୁତର ଅଭିଯୋଗର ଏକ ସର୍ବଦଳୀୟ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଇଛି।

Related Tag:

Leave a Reply

Your email address will not be published. Required fields are marked *

Related Post