କେହି ମାନୁନାହାଁନ୍ତି !
ମ .ରାମପୁର : ଗତବର୍ଷର ଶେଷଦିନ ସୁଦ୍ଧା ବି ସରକାରୀ ଘୋଷଣା ସତ୍ତ୍ୱେ ମଣ୍ଡିରେ ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରିନାହିଁ ! ଗ୍ରେନ୍ ଆନାଲାଇଜର ବା ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯାଇ ପାରିନାହିଁ । ଗତ ଡିସେମ୍ବର ୩୦ ତାରିଖରେ କଳାହାଣ୍ଡିଜିଲ୍ଲାର ମଦନପୁର- ରାମପୁରର ରାମପୁର ପେକ୍ସର ମଣ୍ଡିରେ ଯାଇ ଦେଖିଲାବେଳକୁ ସେଠାରେ ୫ ରୁ ୬ କେଜି କଟନୀ ଛଟନୀ ଚାଲିଥିବା ଓ ଧାନଭିଜିଥିବା ଆଳରେ ବିନା ଖାତାରେ ଦର୍ଶାଯାଇ ଚାଷୀଙ୍କ ଧାନ ଫେରାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ମଣ୍ଡିରେ ଉପସ୍ଥିତ କର୍ମଚାରୀ ଓ ଅଧିକାରୀମାନେ ଅଦ୍ୟାବଧି ଏହି ମଣ୍ଡିରେ କୌଣସି ଘୋଷିତବ୍ୟବସ୍ଥା ବା ଉପକରଣ ଯୋଗାଇ ଦିଆଯାଇ ନଥିବା ଓ କିଛି ନୂଆ ନୁହେଁ , ପୂର୍ବପରି ଧାନକିଣା ଚାଲିଥିବା ପ୍ରକାଶ କରିଛନ୍ତି । ପେକ୍ସ ସମ୍ପାଦକ ଲବକାନ୍ତ ସା ମଧ୍ୟ ପ୍ରକାରାନ୍ତରେ ଅନିୟମିତତାକୁ ସ୍ବୀକାର କରିଥିବା ସହିତ ଏଠାରେ ବଡ ବଡ ପ୍ରଭାବଶାଳୀ ଚାଷୀଙ୍କ ନାଁ’ରେ ସବୁ ଚାଲିଛି ବୋଲି ତାଙ୍କର ଅସହାୟତା ପ୍ରକାଶ କରିଛନ୍ତି ।

ତେବେ ପେକ୍ସ ଓ ମଣ୍ଡିରେ ମୁଖ୍ୟତଃ ଧନୀ ଓ ମାରୁଆଡି ଶ୍ରେଣୀର ଚାଷୀ ଓ ଦଲାଲ୍ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଜଣେ ଏହି ଶ୍ରେଣୀର ଯୁବଚାଷୀ କହିଥିଲେ ଯେ ଟୋକନ୍ ବାହାରେ ବଳକା ରହିଯାଉଥିବା ଧାନକୁ ଚାଷୀ ଖୋଲାବଜାରରେ କୁଇଣ୍ଟାଲ୍ ପିଛା ୨୪ ଶହ ଟଙ୍କାରେ ବିକୁଛି ।’ ଏଣୁ ଆଉ ଧାନ ମିଳୁନାହିଁ । ଯଦିଓ ରାଜ୍ୟର ଇନପୁଟ୍ ୮୦୦ ଟଙ୍କାକୁ ମିଶାଇ ଚାଷୀଙ୍କୁ ସରକାର କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଦେଉଛନ୍ତି , ଏଣୁ ଚାଷୀ ଓ ମିଲର୍ସଙ୍କ ସହ ପେକ୍ସ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ମୁଖ୍ୟତଃ ଦଲାଲ୍ ମାନେ ଏତଦ୍ ଦ୍ୱାରା ଫାଇଦା ମାରି ନେଉଥିବା ବେଳେ ଗରିବ ବା ସାଧାରଣ ବର୍ଗର ଚାଷୀ କଟନୀ ଛଟନୀର ଶିକାର ହୋଇ ଓ ଠିକ୍ ସମୟରେ ତା’ର କଷ୍ଟୋପାର୍ଜିତ ଫସଲକୁ ମଣ୍ଡିରେ ବିକି ନପାରି ଅବହେଳିତ ହେଉଛି । ଆପାତତଃ କଳାହାଣ୍ଡି ଜିଲ୍ଲାର ଏହି ଉପାନ୍ତ ଅଞ୍ଚଳରେ ଏଭଳି ଚିତ୍ର ଲକ୍ଷ୍ୟ କରାଯାଇଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।