ଭୁବନେଶ୍ବର : ଓଡିଶା ଭଳି ଏକ ଆତଙ୍କବାଦ ପୃଷ୍ଠଭୂମି ନଥିବା ରାଜ୍ୟକୁ ବିଦେଶରେ ରହୁଥିବା ଖଲିସ୍ଥାନୀ ଆତଙ୍କୀ ପନ୍ନୁର ଏକାଧିକବାର ଇ’ମେଲ୍ ବାର୍ତ୍ତାର ଧମକର ବାସ୍ତବତା ନେଇ ଜନମାନସରେ ସନ୍ଦେହ ସୃଷ୍ଟି ହୋଇଛି । ଅଳ୍ପଦିନତଳେ ଓଡିଶାରେ ପୁଲିସ୍ ଡିଜି- ଆଇଜି ସମ୍ମିଳନୀ ବେଳେ ଓ ଏବର ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ତଥାକଥିତ ବରିଷ୍ଠ ସାମ୍ବାଦିକଙ୍କୁ ଏଭଳି ଇ-ମେଲ୍ ଆସିବାର ପ୍ରଚାର ଏହାର କାରଣ ।
ପନ୍ନୁକୁ ଏଠାରେ ଆଉକେହି ମିଳିଲେନି ? ସରକାରୀ ଭାଜପାଦଳର ସପକ୍ଷରେ ରହିଥିବା ପ୍ରଥମଥର ଦୁଇଜଣ ଓ ଏଥର ଜଣେ ତଥାକଥିତ ବରିଷ୍ଠ ସାମ୍ବାଦିକଙ୍କୁ ସେ ବାଛିଲା କାହିଁକି ? ଯଦି ଏହି ଧମକ ସତ୍ୟ ହୋଇଥାଏ , ତେବେ ଏହାଦ୍ବାରା କାହାର କି ସ୍ବାର୍ଥ ସାଧିତ ହେଉଛି ? ଅଯଥା ଅହେତୁକ ଏଭଳି ଆତଙ୍କ ସୃଷ୍ଟି ପଛରେ କାହାର କି ଉଦ୍ଦେଶ୍ୟ ରହିଛି ? ଜନସାଧାରଣଙ୍କ ମଧ୍ୟରେ ଏଭଳି ଚର୍ଚ୍ଚା ମଧ୍ୟ ହେଉଛି ।
କୁହାଯାଉଛି , ପ୍ରଥମଥର ଏହାର ସେପରି କୌଣସି ଠୋସ୍ ସବୁତ୍ ନ ମିଳିବା ପରେ ଦ୍ୱିତୀୟବାର ଏଭଳି ଅପପ୍ରଚାର କରି ଡବଲଇଞ୍ଜିନ୍ ସରକାର ଗୋଟେ ଆତଙ୍କର ଗୁଜବ୍ ସୃଷ୍ଟିକରି ସରଳ ଓଡିଶାବାସୀଙ୍କୁ ବୋକା ବନେଇ ତାଙ୍କର ଏସବୁ ବିଶିଷ୍ଟ ଆୟୋଜନ ବା ଓଡିଶାଶାସନର ଗୁରୁତ୍ୱବୃଦ୍ଧି କରୁଥିବା ସହ ଏକ ଆନ୍ତର୍ଜାତିକ ଆତଙ୍କବାଦକୁ ପଣ୍ଡ କରିଦେଉଥିବାର ସାବାସୀ ସାଉଣ୍ଟିବାର ଏହା ଏକ ମିଥ୍ୟା ବାହାସ୍ଫୋଟ ଓ ଆଉ ଏକ ଜୁମଲାବାଜୀ ନୁହେଁ ତ ? ପୁରୀକୁ ‘ଟେମ୍ପଲ୍ ସିଟି’ ରୁ ‘ଟେରର୍ ସିଟି ‘ ବା ଅନ୍ୟ ଶବ୍ଦପ୍ରୟୋଗ ଛଡା ପନ୍ନୁର ଧମକରେ ସେଭଳି କିଛି ଗୁରୁତର ବାର୍ତ୍ତା ବା ଉଦ୍ଦେଶ୍ୟ ନାହିଁ ! ଅବଶ୍ୟ କିଛି ଲୋକ ଏହାକୁ ସତ ମଧ୍ୟ ଭାବୁଛନ୍ତି । ତେବେ ସରକାର ଏତେବଡ ଏପରି ଏକ ଉଡାଆପଦର ସଠିକ୍ ସ୍ପଷ୍ଟୀକରଣ ଶୀଘ୍ର ଦେବା ଜରୁରୀ ହୋଇପଡିଛି । ତେବେ ଓଡିଶାରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ବିକଶିତ ଓଡିଶାର ଏକ ଐତିହାସିକ ପଦକ୍ଷେପ । ଓଡିଶାକୁ ବିଶ୍ବସ୍ତରରେ ଆଉଥରେ ଚିହ୍ନାଇବାର ଓ ପ୍ରବାସୀ ଓଡିଆ ଉଦ୍ୟୋଗୀ ବା ପ୍ରତିଭାଙ୍କୁ ଜନ୍ମମାଟିମୁହାଁ କରିବାର ଅଭିନବ ସରକାରୀ ପ୍ରଚେଷ୍ଟା ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।