ଓଡିଶା ବଜେଟ୍ ସମୀକ୍ଷା
ଭୁବନେଶ୍ବର : କେନ୍ଦ୍ରର ନିର୍ମଳାଙ୍କ ବଜେଟ୍ କୁ ଟପି ଏଥରର ଓଡିଶା ରାଜ୍ୟ ବଜେଟ୍ ୨ ଲକ୍ଷ ୯୦ ହଜାର କୋଟି ବା ପ୍ରାୟ ତିନିଶହ କୋଟିର ବଜେଟ୍ ର ମୂଳଉଦ୍ଦେଶ୍ୟ ମୁଖ୍ୟତଃ ଦଳୀୟ ରାଜନୀତିର ପ୍ରଚାର ବୋଲି ଜଣାପଡିଯାଇଛି । ଓଡିଶାର ପୂର୍ବ ସରକାରମାନେ ବଜେଟ୍ ନିର୍ଦ୍ଧାରିତ ଅର୍ଥକୁ ଖର୍ଚ୍ଚ କରି ପାରୁ ନଥିବା ବେଳେ , କେନ୍ଦ୍ର ଓ ଋଣକୁ ଆଶ୍ରାକରି ବିକଶିତ ଓଡିଶାର ସ୍ବପ୍ନ ଦେଖାଇ ଏତେ ପରିମାଣର ବ୍ୟୟବରାଦ ଫଳେନ ପରିଚୟତେ ! ଏଥରର ବଜେଟ୍ କୁ କ୍ଷମତାସୀନ ଡବଲଇଞ୍ଜିନ୍ ସରକାର ଏହା ସ୍ବର୍ଗର ଏକ ବିକଶିତ ବଜେଟ୍ ବୋଲି ବାହାସ୍ଫୋଟ ମାରୁଥିବା ବେଳେ ବିରୋଧୀଦଳ ଓ ଅନ୍ୟାନ୍ୟ ମହଲରେ ଏହାକୁ ଗ୍ରହଣ କରାଯାଇ ପାରିନାହିଁ । କାରଣ ପ୍ରତ୍ୟେକ ରାଜ୍ୟବାସୀଙ୍କ ମୁଣ୍ଡଉପରେ ଏବେ ୨୮ ,୭୦୫ ଟଙ୍କା ଥିଲାବେଳେ ଏହି ନୂତନ ବଜେଟ୍ ପାଇଁ ସରକାର ୪୭ ୪୦୦ କୋଟି ଟଙ୍କା ଋଣ କରିବେ ବୋଲି ପ୍ରକାଶ । ଫଳରେ ରାଜ୍ୟର ମୋଟ ଋଣ ପରିମାଣ ୧ ୩୪ ୯୧୪ ଟଙ୍କା ହେବାର ଆକଳନ କରାଯାଇଛି ।
ଏହି ବଜେଟରେ ବିଧାୟକଙ୍କ ପାଣ୍ଠି ୨ ରୁ ୫ କୋଟିକୁ ବଢାଇଦିଆଯିବା , ମହିଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ‘ ସୁଭଦ୍ରା ‘ ଯୋଜନାର ମାଗଣା ଟଙ୍କା ବଣ୍ଟନ ବାବଦରେ ୧୦ ୧୪୫ କୋଟି ଓ ନୂତନ ସରକାର ସାଂପ୍ରତିକ ଖରିଫ୍ ଧାନକିଣାରେ ଚରମ ବିଫଳ ହୋଇଥିବାବେଳେ ଧାନକିଣା ପାଇଁ ୬ ହଜାର କୋଟି ଓ ମଡେଲ୍ ମଣ୍ଡି ପାଇଁ ୫୦ କୋଟି ଦେଇଥିବା ସହ ରାଜ୍ୟର କୃଷି ବା ଆଳୁବିହନ ଯୋଗାଣ , ଧାନଚାଷ ପାଇଁ ଜଳସେଚନ ବିନା ମରୁଡି ପରିସ୍ଥିତିର ମୁକାବିଲା କରାଯାଇ ପାରୁ ନଥିବା ବେଳେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ହାତରେ ଥିବା କୃଷିକୁ ୩୭ ୮୩୮କୋଟିର ୧୨ % ଅଧିକ ଓ ଅନ୍ୟାନ୍ୟ ଅନାବଶ୍ୟକ କ୍ଷେତ୍ରରେ ପୁଞ୍ଜିନିବେଶ ଏହାର ଉଦାହରଣ । ସେହିପରି ସଂପ୍ରତି ଛତୁଆ କେଳେଙ୍କାରୀରୁ ବରିଷ୍ଠ ନେତାମାନେ ଲକ୍ଷ ଲକ୍ଷ ଟଙ୍କାର ବଟି ଆଦାୟ ଅଭିଯୋଗର ତଦନ୍ତ ହୋଇ ନଥିବା ସ୍ଥଳେ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ଥିବା ଓଡିଶା ପୁଷ୍ଟି ମିଶନକୁ ୧୦୦ କୋଟି ବ୍ୟୟବରାଦ କରାଯାଇଛି । ଖଣିଜସମ୍ପଦର ବିନିଯୋଗ ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିଛି । ଅଦ୍ୟାବଧି ସକାଳରୁ ଦିନଟିଏର ସୂଚନା ନ୍ୟାୟରେ ଓଡିଶା ସାହିତ୍ୟ ଏକାଡେମୀ , ପୁସ୍ତକମେଳା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡିଆଅସ୍ମିତାର ଧୂଳାଉଡି ବ୍ୟାପକ ଅନିୟମିତତା ଅଭିଯୋଗ ଚାଲିଥିବା ବେଳେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ଦିଆଯାଇଛି ୪୮୨ କୋଟି ! ଆଗାମୀ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ୫୦୦ ବିଲିୟନ ଡଲାରର ଲକ୍ଷ୍ୟ ପୂରଣ ସକାଶେ ଏହି ବଜେଟ ବୋଲି ସ୍ବପ୍ନ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ତେଣୁ ଏହି ବଜେଟ ଦ୍ବାରା ହୁଏତ ଏହି ଡବଲଇଞ୍ଜିନ୍ ସରକାରର ଲୋକପ୍ରତିନିଧିଙ୍କର ସ୍ବାର୍ଥସାଧନ ହେଇପାରେ , ଲୋକଙ୍କର ପ୍ରକୃତ ଆର୍ଥିକ ଅଭିବୃଦ୍ଧି ବା ବିକାଶର ସମ୍ଭାବନା ଦିଶୁନାହିଁ ! କେବଳ ଘୋଷଣାରେ ଯେ ବିକାଶ ହୋଇଯାଏ ନାହିଁ , ଗତ ସରକାରଙ୍କ ଦୀର୍ଘ ୨୪ ବର୍ଷର ଶାସନରୁ ଏହା ଜଣାପଡି ସାରିଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।