ବିଷ୍ଣୁପଦ- ସିବିଆଇ ବାକ୍ ବିତଣ୍ଡା
ଭୁବନେଶ୍ବର : ବିବଦମାନ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘର ସମେତ ତାଙ୍କର ଅନ୍ୟାନ୍ୟ ୪ଟି ଠିକଣାରେ ସିବିଆଇ ରେଡ୍ ବେଳେ ବିଷ୍ଣୁପଦ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ ବାକ୍ ବିତଣ୍ଡାର ଭିଡିଓ ଭାଇରାଲ୍ ହୋଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ଅନୁଯାୟୀ , ବିଷ୍ଣୁପଦ ବାବୁ ନିଜକୁ ନିର୍ଦ୍ଦୋଷ କହିବା , ତାଙ୍କ ନାଁ’ରେ କୌଣସି ଏତଲା ନଥିବା , ତାଙ୍କ ଘରେ ସିବିଆଇ ଅଧିକାରୀମାନେ ପଶିଲାବେଳେ କୌଣସି ମହିଳା ଅଧିକାରୀଙ୍କୁ ନ ଆଣିବା , ତାଙ୍କ କାନ୍ଧ ଉପରେ ଜଣେ ଇନ୍ସପେକ୍ଟର ହାତ ମାରିବା , ପ୍ରାୟ ଦୁଇମାସ ତଳେ ଏକ ଗାଡିରୁ ଦଶଲକ୍ଷ ଲାଞ୍ଚଟଙ୍କା ଜବତ କଲାପରେ ସିବିଆଇ ଉକ୍ତ ସଂସ୍ଥାର ମୁଖ୍ୟ ଓ ଠିକାଦାରଙ୍କୁ ଗିରଫ କରିବା ଘଟଣାର ଲିଙ୍କ୍ ରେ ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବାର ସଫେଇ ପରେ ସେ ଅସହାୟ , ଆତ୍ମହତ୍ୟା କରିବେ , ଇସ୍ତଫା ଦେବେ ଓ ତାଙ୍କ ଇସ୍ତଫା ପତ୍ର ଇତିମଧ୍ୟରେ ମୁଖ୍ୟଶାସନ ସଚିବଙ୍କୁ ପଠାଇଦେଇଥିବା ଇତ୍ୟାଦି ରୋଚକ ଖବର ପ୍ରକାଶ ପାଇଛି । ସର୍ବୋପରି ଏହି ରେଡ୍ ଘଟଣାରେ ଉକ୍ତ ଅଭିଯୁକ୍ତ ଅଧିକାରୀ ଜଣକ ଏପରି ବିଚଳିତ ହୋଇ ପଡିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇ ଜନମାନସରେ କୌତୁହଳ ସୃଷ୍ଟି କରିଛି ।
ବ୍ରିଜ୍ ଆଣ୍ଡ୍ ରୁଫ୍ ଓ ଅନ୍ୟାନ୍ୟ ଲିଙ୍କ୍ ରେ ଚଢାଉ
ଶେଷରେ ସିବିଆଇ ଅଧିକାରୀମାନେ ତାଙ୍କୁ ବୁଝାବୁଝି କରି ତାଙ୍କ ସରକାରୀ ବାସଭବନର ଘର ଭିତରକୁ ନେଇଥିଲେ ଓ ଦୀର୍ଘ ୧୬ ଘଣ୍ଟାର ପଚରାଉଚୁରା ପରେ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ , ପେଟି ପେଟି କାଗଜପତ୍ର ଓ ଆଟାଚି ଇତ୍ୟାଦି ଆଣି ରାତି ପ୍ରାୟ ୧୧ ଟାରେ ତାଙ୍କ କ୍ବାର୍ଟର ଛାଡିଥିଲେ । ଶେଷରେ ମହିଳାପୁଲିସ୍ ମଧ୍ୟ ସେଠାରେ ଥିବା ଭିଡିଓ ଫଟୋରୁ ଦେଖାଯାଇଛି ।’ ସେଠାରୁ କିଛି ପାଇଲେ କି ? ଚଞ୍ଚଳ ମୁଖାର୍ଜୀଙ୍କ ସହ ଲିଙ୍କ୍ ମିଳିଲା କି ? ତାଙ୍କୁ ଗିରଫ କରାଯିବ କି ? ‘ ଇତ୍ୟାଦି ସାମ୍ବାଦିକଙ୍କ ପ୍ରଶ୍ନର ଅଧିକାରୀମାନେ କୌଣସି ଉତ୍ତର ଦେଇ ନ ଥିବା ପ୍ରକାଶ ।

ଏହି ଅଧିକାରୀଙ୍କ ପୂର୍ବ କାର୍ଯ୍ୟକଳାପ ସମ୍ପର୍କରେ କେତେକ ସୂଚନା କର୍ମୀ ମଧ୍ୟ ସାମାଜିକ ଗଣମାଧ୍ୟମରେ ବିଷୋଦ୍ଗାର କରିଛନ୍ତି । ଏହି ଅନୁଯାୟୀ , ଉକ୍ତ ଅଧିକାରୀ ହିଁ ଏହି ଜାତିଆଣ ବିଦ୍ବେଷରେ ଦଳିତହେବାର ସର୍ବାଧିକ ଫାଇଦା ନେଇ ଅନେକଙ୍କୁ ହଇରାଣ ଓ ଗିରଫ କରାଇଛନ୍ତି । ଏହି ବାକ୍ ବିତଣ୍ଡା ବେଳେ ସେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଢାଲ କରିଥିବା ବେଳେ , ତାଙ୍କ ପତ୍ନୀ ବ୍ରାହ୍ମଣ ଜାତିର ବୋଲି ଶୁଣିବାକୁ ମିଳିଛି । ସେ ଯାହାହେଉ , ନିଆଁ ନଥିଲେ , ଧୂଆଁ ବାହାରେ ନାହିଁ ଓ ଉକ୍ତ ଅଧିକାରୀଙ୍କ ସମ୍ପର୍କରେ ସେ ଜିଲ୍ଲାପାଳ ଥିଲାବେଳର ସୋନପୁର , ରାୟଗଡା ଓ ଅନ୍ୟାନ୍ୟ ସ୍ଥାନର ରେକର୍ଡ କିପରି , ସେସବୁ ସ୍ଥାନର ଲୋକେ ଭଲଭାବରେ ଜାଣନ୍ତି । ଏହି ଚତୁର ପ୍ରଶାସକଙ୍କ ସମ୍ପର୍କରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ , ସଂସ୍କୃତି ବିଭାଗ ବା ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ବହୁ କାରସାଦୀ ସମ୍ପର୍କରେ ବିଭିନ୍ନ ନକାରାତ୍ମକ ଚର୍ଚ୍ଚା ରହିଆସିଛି । ବିଗତଥରର ଓଡିଶା ସାହିତ୍ୟ ଏକାଡେମୀର କର୍ମକର୍ତ୍ତାମାନଙ୍କ ଚୟନରେ ତାଙ୍କର ଇଙ୍ଗିତରେ ଦାବି ସତ୍ତ୍ୱେ ପୂର୍ବ ପରକକୁ ଭାଙ୍ଗି ପଶ୍ଚିମଓଡିଶାର ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ କାଟି ଜାତିଆଣ ଭାବନା ଯୋଗୁଁ ପ୍ରକୃତ ସୁଯୋଗ୍ୟ ପ୍ରତିଭାବାନ୍ ସାହିତ୍ୟିକଙ୍କୁ ଆବେଦନ ସତ୍ତ୍ୱେ ତାଲିକାରୁ ଉଡାଇ ଦିଆଯାଇଥିବା ଅଭିଯୋଗ ପ୍ରକାଶ ପାଇଥିଲା ଓ ସେଇଭଳି ଅସବର୍ଣ୍ଣ ଜାତିର କର୍ମକର୍ତ୍ତାଙ୍କୁ ନିଯୁକ୍ତି କରାଯାଇଥିଲା । ଗତ ସରକାରଙ୍କ ହାତବାରିସୀ ସାଜି ସେ କୋଟି କୋଟି ଟଙ୍କାର ଘୋଟାଲାର କାର୍ପଟଦାର ଥିବା ଅଭିଯୋଗ ମଧ୍ୟ ରହିଛି । ତେଣୁ ତାଙ୍କର ଉପରୋକ୍ତ ଆଇନକୁ ହାତକୁ ନେବାର ଅପଚେଷ୍ଟା କେତେ ସଫଳ ହେବ , ଭବିଷ୍ୟତ କହିବ ।
ସିବିଆଇ ପରି ବାଘୁଆ ବିରୁଡିବସାରେ ହାତ ମାରି ସେ ନିଜ ବିରୁଦ୍ଧରେ ହୁଇସିଲ୍ ମାରି କୀଳାକୁ ଆମନ୍ତ୍ରଣ କରିଥିବା ଜନସାଧାରଣଙ୍କ ପକ୍ଷରୁ ପ୍ରମାଦ ପ୍ରକାଶ ପାଇଛି । ତେବେ ଏ ସମ୍ପର୍କରେ ବିଷ୍ଣୁପଦ ସେଠୀ ବା ତାଙ୍କ ପରିବାର ପକ୍ଷରୁ ଆମକୁ ଚେଷ୍ଟା କରାଯାଇଥିଲେ ହେଁ , କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମହିମାଧର୍ମର ପ୍ରଚାର ପ୍ରସାର ସହିତ ସେ ‘ ଜିଲ୍ଲାପାଳଙ୍କ ମାଆ ‘ ପୁସ୍ତକର ସ୍ରଷ୍ଟା ଭାବରେ ଜଣେ ଉଚ୍ଚ ପ୍ରଶଂସିତ ଲେଖକ ଓ ଅନେକ ବିକାଶମୂଳକ କାମର ଜଣେ ବିଚକ୍ଷଣ ପ୍ରାଶାସନିକ ଅଧିକାରୀ ଭାବରେ ରାଜ୍ୟରେ ସୁପରିଚିତ ଅଟନ୍ତି । ଏବର ଏହି ଘଟଣାରେ ଚଢାଉ ବେଳର ସିବିଆଇର ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ନକରି ହିନସ୍ତା ହେବା ସହ ଏହାପଛରେ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରିହେଉଛି ।
ତେବେ ଉକ୍ତ ଅଭିଯୁକ୍ତ ଅଧିକାରୀ ଯଦି ଏତେ ନିର୍ଦ୍ଦୋଷ ବା ସତୀ , ସେ ପରେ କୋର୍ଟରେ ସିବିଆଇ ବିରୁଦ୍ଧରେ ଅଭିଯୋଗ କରିପାରିବାର ତାଙ୍କର ଅଧିକାର ରହିଥିବା ବେଳେ , ସିବିଆଇ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନରେ ହସ୍ତକ୍ଷେପ କରିବା ସହିତ ମିଡିଇ ଡକାଇ ଏପରି ବାଚାଳାମି କରୁଥିବା ଘଟଣାକୁ ଲୋକେ ତୀବ୍ର ସମାଲୋଚନା ପ୍ରକାଶ କରିଛନ୍ତି । ତେବେ ଏଥିରେ ଲୋକେ ‘ କାନ୍ଦିଲେ କି ହେବ କରୀନ୍ଦ୍ରଗମନା ଇନ୍ଦ୍ର କି ସହଜେ ଛାଡିବ ….? ‘ ବୋଲି କଟାକ୍ଷ କରିଛନ୍ତି ।