ବଲାଙ୍ଗୀର : ଫେବୃଆରୀ ୨୪ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଲେଖକ ପରିଷଦ ତରଫରୁ ୧୦ ଦିନ ଧରି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ‘ ୧୭ ତମ ବଲାଙ୍ଗୀର ବହିହାଟ- ୨୦୨୫ ଅନୁଷ୍ଠିତ ହେବ ବୋଲି ଆଜି ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି ।
ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପରିଷଦର ସଭାପତି ମଳୟମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମ୍ପାଦକ କପିଳେଶ୍ବର ଖମାରୀ , ଉପ- ସଭାପତି ମୁରଲୀଧାରୀ ପତି , ଯୁଗ୍ମ -ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ , ସହ-ସମ୍ପାଦକ ରଘୁନନ୍ଦନ ସିଂ, କୋଷାଧ୍ୟକ୍ଷ ତଥା ସଂଯୋଜକ ଅଜିତ କୁମାର ମହାନ୍ତି ଏବଂ ଚଳିତ ବହିହାଟର ମୁଖ୍ୟ- ସଂଯୋଜକ ଡ ଶ୍ରୀକର ମିଶ୍ର ପ୍ରମୁଖ ଯୋଗ ଦେଇ ବହିହାଟର କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ଏହି ଅନୁଯାୟୀ , ଏଥିରେ ଗଳ୍ପ ଆଲୋଚନା , କବିତା ଆଲୋଚନା , କୋଶଳୀ ସାହିତ୍ୟ ଆଲୋଚନା , ହାସ୍ୟବ୍ୟଙ୍ଗ , ସାହିତ୍ୟ ଆଲୋଚନା , ଲେଖିକା ଆସର , ବଲାଙ୍ଗୀରର ସମସ୍ୟା , କୁଇଜ୍ , ସମ୍ବର୍ଦ୍ଧନା , ପୁସ୍ତକ ଉନ୍ମୋଚନ , ସ୍ମରଣିକା ‘କୋଶଳାୟନ’ ଉନ୍ମୋଚନ , ବହିହାଟ ସମ୍ମାନ ପ୍ରଦାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଶେଷରେ ଉପସଭାପତି ମୁରଲୀଧାରୀ ପତି ଧନ୍ୟବାଦ ଦେଇଥିଲେ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।