ଅପରାଧ

ଗୋଳାବାରୁଦ କାରଖାନା ପରିସରରେ ଅବୈଧଶିକାର !

Email :

ଚୋରାବିଦ୍ୟୁତ୍ ତାର ଲଗାଇ ବାର୍ହା ମାରିଲେ

ବଲାଙ୍ଗୀର : ସଇଁନ୍ତଳା ବଡମାଳ ଗୋଳାବାରୁଦ କାରଖାନା ପରିସରରେ ଅବୈଧ ବନ୍ୟପ୍ରାଣୀଙ୍କୁ ଚୋରାଶିକାରୀମାନେ ରୀତିମତ ଶିକାର କରୁଥିବା ଜଣାଯାଇଛି । କିଛିବର୍ଷ ତଳେ କାରଖାନା ପାଚେରୀ ନିକଟସ୍ଥ ଏକ ଗାଆଁରେ ଏକ ବାଘୁଣୀକୁ ଗ୍ରାମବାସୀମାନେ ପିଟି ପିଟି ମାରିଦେବା ଘଟଣାରେ ସ୍ଥାନୀୟ ତତ୍କାଳୀନ ଟିଟିଲାଗଡ ବନବିଭାଗ ରେଞ୍ଜର ଅଡୁଆରେ ପଡିଥିବାଘଟଣା ପରେ ଗତକାଲି ରାତିରେ କାରଖାନାର ପୋଷ୍ଟ ଅଫିସ ନିକଟରେ ଚୋରା ବିଦ୍ୟୁତ୍ ତାର ଲଗାଇ ଗୋଟିଏ ଜଙ୍ଗଲି ବାର୍ହା ଶିକାର ଧରାପଡିଛି ।

ସିକ୍ୟୁରିଟି ଗାର୍ଡମାନେ ଉକ୍ତ ମୃତବାର୍ହାଟି ସମେତ ଚୋରାତାର ଇତ୍ୟାଦିକୁ ଜବତ କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି ।

ଉଲ୍ଲେଖଯୋଗ୍ଯ ଯେ , ଘଟଣା ସମୟରେ ବଡମାଳ ଫରେଷ୍ଟର ବଡମାଳରେ ଅନୁପସ୍ଥିତ ଥିଲେ । ଏ ସମ୍ପର୍କରେ ଫରେଷ୍ଟର ବିମ୍ବାଧର ବେହେରାଙ୍କୁ ପଚାରିବାରୁ ସେ ଏଇ ୧୦/ ୧୫ ଦିନ ହେଲା ସେଠାକୁ ବଦଳି ହୋଇ ଆସିଥିବା , ଗତକାଲି ବିଶ୍ବ ବନଦିବସପାଳନ ଓ କୋର୍ଟ ଡିଉଟି ପାଇଁ ବଲାଙ୍ଗୀରରେ ଥିଲେ ଓ ଆଜି ବଡମାଳ ଯାଉଥିବାର କହିଛନ୍ତି । ଏହି ମାମଲାରେ ନିକଟସ୍ଥ ଖାସ୍ ବାହାଲ- ନୂଆପଡା ଗ୍ରାମର ଦଶମୋଜ ସାହୁ ଏବଂ ପ୍ରମୋଦ ସାହୁ ନାମକ ୨ ଜଣ ଚୋରାଶିକାରୀଙ୍କୁ ବନବିଭାଗ ଦ୍ବାରା ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ । ଟିଟିଲାଗଡ ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ଦ୍ବାରା ମାମଲାର ତଦନ୍ତ କରାଯାଉଥିବା ଜଣାଯାଇଛି ।

କେବଳ ଏଇ ଦୁଇଟି ଘଟଣା ନୁହେଁ , ଏହି ଗୋଳାବାରୁଦ କାରଖାନା ପରିସରରେ ପ୍ରାୟତଃ ବାହାରର ଚୋରାଶିକାରୀଙ୍କ ଅନୁପ୍ରବେଶ ସହିତ ବାର୍ହା ଓ ଅନ୍ଯାନ୍ଯ ବଣ୍ୟଜନ୍ତୁ ଶିକାର, ଚୋରା ବିଦ୍ୟୁତ୍ ସଂଯୋଗ , ନିର୍ମାଣ ସାମଗ୍ରୀ ଚୋରି , ଦଳୀୟ ଠିକାଦାର ଦ୍ବାରା କାରଖାନାର ଶ୍ରମିକ ଯୋଗାଣ ଓ ନିକଟରେ ଏଠାକାର ଗୋଳା ସିଲିଣ୍ଡର କଣ୍ଟାବାଞ୍ଜି ରେଳଷ୍ଟେସନରୁ ଉଦ୍ଧାର ଇତ୍ୟାଦିର ଅନ୍ଯାନ୍ଯ ଚରମ ଦାୟିତ୍ବ ହୀନତାର ଘଟଣା ଲୋକଲୋଚନକୁ ଆସିଥିଲା । ଏକ ସାମରିକ ଆୟୁଧ କାରଖାନାରେ ଏପରି ବିଶୃଙ୍ଖଳା ଦେଶର ସୁରକ୍ଷା ପ୍ରତି ବିପଦ ! ଏଣୁ ସରକାର ଏ ଦିଗରେ ଏହାର ସୁରକ୍ଷାବ୍ୟବସ୍ଥା ପ୍ରତି କଡାକଟକଣାର ସହ ସତର୍କ ରହିବା ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

Related Post