ବଲାଙ୍ଗୀର : ଗତକାଲି ସ୍ଥାନୀୟ ବଲାଙ୍ଗୀର ଷ୍ଟୁଡେଣ୍ଟ ଷ୍ଟୋର ପ୍ରାଙ୍ଗଣରେ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ଏକତ୍ର ଚାରିଜଣ କବି ଲେଖକ , କଳାକାର ତଥା ନାଟ୍ୟନିର୍ଦେଶକଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

ପରିଷଦର ସଭାପତି ମଳୟ ମିଶ୍ରଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ କପିଳେଶ୍ଵର ଖମାରୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲର ଛାତ୍ର ତଥା ବଲାଙ୍ଗୀରର ଅନେକ କବିଙ୍କ ସହ ଆତ୍ମୀୟତାରେ ସମ୍ପର୍କିତ ଓଡିଶାର ବିଶିଷ୍ଟ କବି ୰ରମାକାନ୍ତ ରଥ , ପରିଷଦର କାର୍ଯ୍ୟକାରୀ ସଦସ୍ଯ ଓ ବରିଷ୍ଠ କବି ୰ଲିଙ୍ଗରାଜ ଚିନ୍ଦା , ସକ୍ରିୟ ସଦସ୍ଯ ଯୁବ କବି , ସିନେ ନିର୍ଦ୍ଦେଶକ ୰ ଗୋବର୍ଦ୍ଧନ ଭୋଇ ଏବଂ ବରିଷ୍ଠ ନାଟ୍ୟନିର୍ଦେଶକ ୰ ବ୍ରଜମୋହନ ମିଶ୍ର ପ୍ରମୁଖଙ୍କର ସ୍ମୃତିଚାରଣ କରାଯାଇଥିଲା । ଏହାସହିତ କିଛିଦିନ ତଳେ ସ୍ବର୍ଗାରୋହଣ କରିଥିବା ପରିଷଦର କାର୍ଯ୍ଯକର୍ତ୍ତା ,କବି , ଗାଳ୍ପିକ ଓ ଘନିଷ୍ଠ ସହଯୋଗୀ କବି୰ ନରୋତ୍ତମ ସାହୁ , ଗାଳ୍ପିକ ୰ ମନୋଜ କୁମାର ପଣ୍ଡା , ବ୍ୟଙ୍ଗକବି ୰ ଶରତ କୁମାର ମିଶ୍ର , କବି ୰ ଗୋବିନ୍ଦ ନାମଦେବ , କବି ୰ ଚତୁର୍ଭୁଜ ସାଆନ୍ତ, କୋଶଳୀ କବି ୰ ରାମଭକ୍ତ ଫରିକାର , ବିଶିଷ୍ଟ ସମାଜସେବୀ ୰ ଲଳିତ କୁମାର ନାୟକ ପ୍ରମୁଖଙ୍କର ମଧ୍ଯ ଏଇ ଅବସରରେ ସ୍ମୃତିଚାରଣ କରାଯାଇଥିଲା ।

ସମ୍ପାଦକ କପିଳେଶ୍ଵର ଖମାରୀ , ସଭାପତି ମଳୟ ମିଶ୍ର , କବି ବିଜୟ କୁମାର ତ୍ରିପାଠୀ , କୋଷାଧ୍ଯକ୍ଷ ଅଜିତ କୁମାର ମହାନ୍ତି, ପୂର୍ବତନ ସମ୍ପାଦକ ଓ କବି କୃଷ୍ଣ ଚନ୍ଦ୍ର ବାରିକ ,ଉପସଭାପତି ମୁରଲୀଧାରୀ ପତି , ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ , ସହସମ୍ପାଦକ ରଘୁନନ୍ଦନ ସିଂହ , ଶିକ୍ଷାବିତ୍ ଗିରିଜା ଶଙ୍କର ରଥ , ସଦସ୍ଯ ଧୀରେନ୍ଦ୍ର ନାରାୟଣ ସିଂହଦେଓ , ସଦସ୍ଯ ରତ୍ନମୟ ତ୍ରିପାଠୀ , ନାଗରିକ କଲ୍ୟାଣ ମହାସଂଘର ସଭାପତି ପ୍ରଭାକର ମିଶ୍ର ଓ ଅଭିନେତା ହିମାଂଶୁ ଖମାରୀ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ସହଯୋଗ କରିଥିଲେ ଷ୍ଟୁଡେଣ୍ଟ ଷ୍ଟୋରର ବିକାଶ ମହାକୁଡ ।