ଏସ୍ ଇ ଙ୍କ ୨ % ଓ ଜେଇଙ୍କ ମୁଣ୍ଡରେ ଅଠା
ବଲାଙ୍ଗୀର : ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ବିଭାଗରେ ଏବେ ଉପରୁ ତଳମୁଣ୍ଡ ପର୍ଯ୍ୟନ୍ତ ଦୁର୍ନୀତିର ଖୋଲା ଛୁଟ୍ । ଏଇ କେଇମାସ ହେବ ଏଠାରେ ଯୋଗ ଦେଇଛନ୍ତି ଜଣେ କରିତ୍ କର୍ମା ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର କୁମାର ସେଠୀ । ପୁରୀ ମହାପ୍ରସାଦ ପାଟିରୁ ନ ଛାଡ଼ୁଣୁ , ମହାରାଜାଙ୍କ ଛାନିଆଁରେ କଛା ଖୋଲିଗଲାଣି ! ସବୁ ବିଲ୍ ରୁ ବାବୁଙ୍କର ୨ % ଚର୍ଚ୍ଚା । ଅବଶ୍ଯ ସେ ଏହା ମାନୁ ନାହାଁନ୍ତି । କିନ୍ତୁ ସେଆଡେ ମିଥ୍ୟାବିଲ୍ ନ କରି ମାଡ ଖାଉଛନ୍ତି ଜେଇ ! ମହାରାଜାଙ୍କ ଗୁଣ୍ଡା କହୁଛନ୍ତି : ତମ ଉପରବାଲେ ତ ରାଜି , ତମର କିଆଁ ଆପତ୍ତି ? ‘ ଆସି ଗୁହାରୀ କଲେ , ବାବୁ ପରାମର୍ଶ ଦେଉଛନ୍ତି : ଯାହା କହୁଛନ୍ତି , କରିଦିଅ ! ‘ ଖପ୍ରାଖୋଲ ସବ୍ ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କୁ ଅଫିସ ଭିତରେ ପଶି ବନ୍ଧୁକ ଦେଖାଇ ଆକ୍ରମଣ ମାମଲାରେ ବାବୁଙ୍କ ପାଟିରେ ବିଣ୍ଡା ମଡାହେଇଛି !
ଏଣୁ ତାଙ୍କ ଆସିଲା ପରଠାରୁ ଡିଭିଜନରେ କୋଉଠି କେତେ ଚେକ୍ ଡ୍ୟାମ୍ ଠୁଁ ପାଣି ପଞ୍ଚାୟତ ଓ ମାର୍ଚ୍ଚ ମାସିଆ ବିଲ୍ ରେ ମିଥ୍ୟାବିଲ୍ ର ଘୋଟାଲା ହେଇଛି , ସୂଚନା ଆଇନ୍ ବଳରେ ତଥ୍ଯ ମାଗିବାକୁ ଲୋକେ ସଜବାଜ ହେଉଥିବାର ସୂଚନା ମିଳିଛି ।