ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ବିବାଦର ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ
ପାଟଣାଗଡ : ପାଟଣାଗଡ ବ୍ଲକ୍ ଛକ ବନାମ ପର୍ଶୁରାମ ଛକ ବନାମ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନର ବିବାଦୀୟ ଛକର କଳାଜରି ଘୋଡାହୋଇଥିବା ବିଜୁବାବୁଙ୍କର ପ୍ରତିମୂର୍ତ୍ତିଟିଟିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ବଥର୍ଲା ଗ୍ରାମର ଜଣେ ଜଣାଶୁଣା ମାନସିକ ଭାରସାମ୍ଯ ବିଗିଡିଥିବା ବ୍ଯକ୍ତିକୁ ଏତଲାକ୍ରମେ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହା ବିଜେପି ଦଳର ଏକ ଉଦ୍ଦେଶ୍ଯମୂଳକ ଷଡଯନ୍ତ୍ର ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇ ସାରା ରାଜ୍ୟରେ ଦଳର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ମୁଖ୍ଯ ମନ୍ତ୍ରୀଙ୍କ ତରଫରୁ ମଧ୍ଯ ନିନ୍ଦା କରାଯାଇଛି । ପାଟଣାଗଡ ପୂର୍ବତନ ବିଜେଡି ବିଧାୟକ ସରୋଜ ମେହେରଙ୍କ ପକ୍ଷରୁ ପାଟଣାଗଡ ଥାନାରେ ଏତଲା ଦିଆଯିବା ପରେ ପୁଲିସ ନିକଟସ୍ଥ ବଥର୍ଲା ଗ୍ରାମର ଉକ୍ତ ହିରୁ ଓରଫ ଯୁଗଳ ସାହୁକୁ ଗିରଫ କରି କୋର୍ଟଚାଲାଣ କରି ଜେଲ୍ ହାଜତକୁ ପଠାଇ ଦିଆଯିବା ପରେ ମଧ୍ଯ ଏହାପଛରେ ରାଜନୈତିକ ଷଡଯନ୍ତ୍ର ଥିବା ଅଭିଯୋଗ କରାଯାଇ ରାଜ୍ଯବ୍ଯାପି ପ୍ରସଙ୍ଗ କରାଯାଉଛି । ତେଣୁ ଏହାର ପ୍ରକୃତ ଘଟଣା ସମ୍ପର୍କରେ ଏକ ତର୍ଜମା ସହିତ ଅନୁସନ୍ଧାନମୂଳକ ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ ଉପସ୍ଥାପନ ଆବଶ୍ୟକ ହୋଇପଡିଛି ।
ମାନସିକ ଭାରସାମ୍ଯ ବିଗିଡିଥିବା ଅଭିଯୁକ୍ତକୁ ଗିରଫ
ଅନୁସନ୍ଧାନରୁ ପ୍ରକାଶ ଯେ , ଖପ୍ରାଖୋଲରେ ବିବାହ କରି ସନ୍ତାନର ପିତା ହିରୁ ଓରଫ ଯୁଗଳ ସାହୁ ପାଟଣାଗଡ ନିକଟସ୍ଥ ବଥର୍ଲା ଗ୍ରାମର ଜଣେ ସାଧାରଣ ପରିବାରର ନିମ୍ନବିତ୍ତ ମଧ୍ୟବୟସ୍କ ଲୋକ । ଗାଁ’ରେ ତାଙ୍କୁ ସମସ୍ତେ ‘ ତେତେଲ୍ ପାଗଲ୍ ‘ ବା ‘ ତେନ୍ତୁଳି ପାଗଳ ‘ ବୋଲି କହନ୍ତି । ଯେଉଁବର୍ଷ ବେଶି ତେନ୍ତୁଳି ଫଳେ , ବୁଲି ବୁଲି ଗଛରେ ଚଢି ତେନ୍ତୁଳି ତୋଳି ଆଣି ବିକେ ଓ ସେଇ ପଇସାରେ ଗଞ୍ଜେଇ, କଫସିରପ ବା ନିଶା କିଣି ଖାଇ କିଛିଦିନ ଲାଗି ପାଗଳ ହେଇଯାଏ ଏବଂ ଶୈତାନୀଦିମାକ୍ ର ଦୁଷ୍ଟବୁଦ୍ଧିର ଲୋକେ ତାକୁ ବିଭିନ୍ନ ଭାବେ ଟିହାଇ ତା’ ଦ୍ବାରା ଖରାପ କାମ କରାଇ ମଜା ନିଅନ୍ତି ବୋଲି ଗ୍ରାମବାସୀଙ୍କ ଠାରୁ ପ୍ରକାଶ । ତା’ ଛଡା ସେମିତି ମାନସିକତା ଭାରସାମ୍ଯ ହରାଇଥିବା ସମୟରେ ସେ ଏଭଳି କିଛି ଅଜବ୍ କାଣ୍ଡକାର୍ଖାନା ମଧ୍ଯ କରି ଚର୍ଚ୍ଚାକୁ ଆସିଥାଏ । ଗତବର୍ଷ ସେ ପାଟଣାଗଡ- ବଥର୍ଲା ରାସ୍ତାର କଣ୍ଟାବାଞ୍ଜି ଛକର ଏନ୍ ଏ ସି ତୋରଣ ଉପରେ ଚଢିଯାଇ ବିପଦପୂର୍ଣ୍ଣ ଅବସ୍ଥାକୁ ଖାତିର୍ ନ କରି ଯୋଗମୁଦ୍ରା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲା ଓ ବହୁକଷ୍ଟରେ ପୁଲିସ ତା’କୁ ତଳକୁ ଓହ୍ଲାଇ ଥିଲେ ।

ତେଣୁ ଏହି ବିଜୁମୂର୍ତ୍ତି ପୋଡି ଘଟଣାରେ ସକାଳୁ ତା’କୁ ଛକରେ ରୁଣ୍ଡ ହେଉଥିବା କିଛି ଦୁର୍ବୁତ୍ତ ମଜା / କୌତୁକ କରିବାକୁ ଚା’ ପିଆଇ ଟିହାଇ ସମ୍ଭବତଃ ଏପରି କରାଇଥିବା ଅନୁମାନ କରାଯାଉଛି । କାରଣ ତା’କୁ ସେଠାରେ ଠିଆ କରାଇ ଫଟୋ ଉଠାଇ ଭାଇରାଲ୍ କରିଥିବା ବାତରାମାନେ ଇ ଅସଲ ଦୋଷୀ ବୋଲି ଅଞ୍ଚଳର ଲୋକେ କହୁଛନ୍ତି ।
କେତେଜଣ ଶିଖାଇ ଦେଇଥିବା ସନ୍ଦେହ
ଏଣୁ ପାଟଣାଗଡ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସାଂସଦ ସଙ୍ଗୀତା ସିଂହଦେଓଙ୍କ ନିବାସ ହୋଇଥିଲେ ହେଁ ଓ ନୂତନ ସରକାର ଗଠନ ପରେ ବି ପୂର୍ବରୁ ରାଜନୈତିକ ହିଂସାରୁ ରାଜନୈତିକ ଜୀବନର ମୂଳଦୁଆ ପକାଇ ଏବେ ବି ଖପ୍ରାଖୋଲ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ମଧ୍ଯ ତାଙ୍କ ଅନୁଗତ ସମିତିସଭ୍ଯ ଗିରଫ ହୋଇ ନଥିବା ଇତ୍ୟାଦି ହିଂସାତ୍ମକ ମାମଲା ଓ ଅପରାଧୀଙ୍କୁ ସଂରକ୍ଷଣ ଦେଉଥିବା ଅଭିଯୋଗରେ ପୂର୍ବତନ ବିଧାୟକଙ୍କ ଖପ୍ରାଖୋଲ ଥାନାରେ ମୁଖ୍ଯ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ ସତ୍ତ୍ବେ , ସେମାନଙ୍କର ଏଥିରେ ସମ୍ପୃକ୍ତି ଥିବାର ବା ପ୍ରକୃତରେ ଏହାପଛରେ ସେଭଳି କୌଣସିପ୍ରକାର ରାଜନୈତିକ କାରଣ ନଥିବା ବା ବିଜୁବିଦ୍ବେଷ ନଥିବା ପ୍ରକାଶ ।
ଏପରିକି ବିଜୁବାବୁଙ୍କ ସୁପୁତ୍ର ବିଜେଡି ସୁପ୍ରିମୋ ଓ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଏସବୁରେ ନ ମାତି ଦଳ ଓ ରାଜ୍ଯର ଗଠନମୂଳକ କାମରେ ମନ ଦେବାକୁ ପରାମର୍ଶ ଦେଇଥିବା ପ୍ରକାଶ । ତଥାପି ଯଦି ଅଭିଯୋଗ ଅନୁଯାୟୀ ସତରେ ବିଜୁବାବୁଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ଯରେ ରାଜନୈତିକ ବିଦ୍ବେଷରେ ପ୍ରତିପକ୍ଷ ଗୋଷ୍ଠୀର କେତେକଙ୍କ ତରଫରୁ ସତରେ ସେପରି କିଛି କରାଯାଇଥାଏ , ନିରପେକ୍ଷ ତଦନ୍ତ ପୂର୍ବକ ଦୋଷୀଙ୍କୁ ଠାବ କରାଯାଇ ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ ବୋଲି ଲୋକେ ମତବ୍ୟକ୍ତ କରନ୍ତି ।