ଅପରାଧ

ସନ୍ଦିଗ୍ଧାହତ୍ୟାଅଭିଯୁକ୍ତାକୁ ସରକାରୀ କ୍ଷତିପୂରଣ !

Email :

ମିଥ୍ୟା ତଦନ୍ତରିପୋର୍ଟ ଓ ଅନୁଚିତ ଅନୁକମ୍ପା

ପୁଲିସ୍ ତଦନ୍ତ ସରିନି :

ସୋନପୁର : ଗତବର୍ଷ ନଭେମ୍ବର ୨୨ ସନ୍ଧ୍ୟାରୁ କାହାର ଫୋନ୍ ପାଇ ଘରୁ ବାଇକ୍ ରେ ବାହାରି ଗଲାପରେ ପରଦିନ ନଦୀରୁ ଉଦ୍ଧାର ହେଇଥିଲା ମୃତଦେହ ବୀରମହାରାଜପୁର ଥାନା ହିକୁଡି ସ୍ଥିତ ଧର୍ମଶାଳା ଫାଣ୍ଡି ଅନ୍ତର୍ଗତ କେଶଲପୁରା ଗ୍ରାମର ଶିକ୍ଷକ ଲୋକନାଥ ନାଏକ ( ୫୮ )ଙ୍କର । ସୋନପୁର ଥାନାରେ ଘରଲୋକେ ହତ୍ୟାକାଣ୍ଡ ସନ୍ଦେହରେ ଏତଲା ଦେଲେ । ଦାମ୍ପତ୍ୟ କଳହ ଯୋଗୁଁ ସୋନପୁରରେ ରହୁଥିବା ତାଙ୍କ ପତ୍ନୀଙ୍କ ବିରୋଧରେ ଆରମ୍ଭରୁ ତାଙ୍କ ଭାଇ ଓ ପରିବାରର ସନ୍ଦେହ ରହିଆସିଛି । ଏ ସମ୍ପର୍କରେ ସେମାନେ ଅଭିଯୋଗ କରି ଆସୁଛନ୍ତି। କାରଣ ଦୀର୍ଘ ପ୍ରାୟ ଚାରିବର୍ଷ ଧରି ଉଭୟ ସ୍ବାମୀ-ସ୍ତ୍ରୀଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ମୃତଶିକ୍ଷକଙ୍କର ସନ୍ଦେହ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ବିବାଦ ରହିଆସିଥିବା ସହ ଭିନ୍ନକ୍ଷମ ଝିଅର ଚିକିତ୍ସା ଆଳରେ ପତ୍ନୀ କଟକରେ ରହୁଥିଲେ । ତା’ପରେ ବୀରମହାରାଜପୁର ଥାନାରେ ଏକ ଅଭିଯୋଗ ଚାଲିଥିଲା । ଧର୍ମଶାଳା ଫାଣ୍ଡି ତରଫରୁ ସେମାନଙ୍କୁ ବାରମ୍ବାର ଡକାଯାଉଥିଲା ଓ ଏଥିରେ ଜଣେ ଗୃହରକ୍ଷୀ ଓ କନେଷ୍ଟବଳ ହସ୍ତକ୍ଷେପ କରୁଥିଲେ । ପତ୍ନୀଙ୍କୁ ପୁଲିସ ସୋନପୁର ସଖୀ ସେଣ୍ଟରରେ କିଛିଦିନ ରଖାଇଥିବା ପରେ ପୁଣି ସ୍ବାମୀ ତାଙ୍କୁ ବୁଝାଇ ସୁଝାଇ ଘରକୁ ନେଇଥିଲେ । ପ୍ରାୟ ଦୁଇମାସ ପୂର୍ବରୁ ବିଶ୍ବସୁନ୍ଦରୀ ଘରୁ ଲୁଚିକରି ଜଣକର ବାଇକ୍ ରେ ସୋନପୁରକୁ ପଳାଇଯାଇଥିଲେ । ସେଦିନ ସେମାନଙ୍କ ମଧ୍ଯରେ ଭୀଷଣ ଝଗଡା ହୋଇଥିବା ଓ ପତ୍ନୀ ସ୍ବାମୀଙ୍କ ମୁଣ୍ଡରେ ଖାଇବସିଥିଲା ବେଳେ ଭାତକଂସା ଢାଳିଦେଇଥିଲେ ଓ ସ୍ବାମୀ ଦି’ଚାପୁଡା ମାରିବାରୁ ସ୍ତ୍ରୀ ପନିକୀରେ ଆକ୍ରମଣ କରିଥିବା ଘରଲୋକଙ୍କ ଠାରୁ ପ୍ରକାଶ ।ଏଣୁ ସ୍ତ୍ରୀ ଗୁଣ୍ଡା ଲଗାଇ ସ୍ବାମୀକୁ ମରାଇ ଥିବା ଘରଲୋକେ କହୁଛନ୍ତି । ଏଥିରେ ସୋନପୁର ଜିଲ୍ଲାପାଳ ପୁରୁଣା ଅଫିସ ପଛପଟ ପଡାର ଚାରିଜଣ ଆୱାରା ଅସାମାଜିକ ଯୁବକଙ୍କ ସମ୍ପୃକ୍ତି ଥିବା କୁହାଯାଉଛି ।

ଆର ଆଇ , ତହସିଲଦାର ଦେଲେ ପ୍ରମାଣପତ୍ର :

ଶବବ୍ୟବଚ୍ଛେଦ ରିପୋର୍ଟରେ ମଧ୍ଯ ବାହାରପଟୁ ପ୍ଳୀହାରେ ମାଡ ହୋଇଥିବା ଉଲ୍ଲେଖ ରହିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟର ରାସାୟନିକ ପରୀକ୍ଷଣ ( ଭିସେରା ) ରିପୋର୍ଟ ଭୁବନେଶ୍ବରରୁ ଆସି ନଥିବାରୁ ପୁଲିସ ତଦନ୍ତ ଅଧାରେ ଅଟକିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ମୃତ୍ୟୁର କେଇମିନିଟ୍ ପୂର୍ବର ମୃତକଙ୍କ ମୋବାଇଲର କଲ୍ ରେକର୍ଡରେ ମଧ୍ଯ ତାଙ୍କୁ ମାରଧର କରାଯାଉଥିବା ସହ ସେ ‘ ମରିଗଲି ‘ ବୋଲି କହୁଥିବା ଶୁଣାଯାଉଛି । ପାଣିରୁ ପୁଲିସ ମୃତଦେହକୁ ଉଦ୍ଧାର କରିଥିଲେ ହେଁ ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଡାଏଟମ୍ ଟେଷ୍ଟରେ ମୃତ୍ୟୁ ପାଣିରେ ବୁଡି ହୋଇ ନଥିବା ପ୍ରକାଶ । ଏଣୁ ତାଙ୍କୁ କେହି କେହି ପିଟିମାରି ପାଣିଖାଲରେ ଫିଙ୍ଗିଦେଇଥିବାର ଅନୁମାନ କରାଯାଏ । ସେତେବେଳେ ସୋନପୁରରେ ମୀନାବଜାର ଆସିଥିଲା ଓ ରାତିରେ ବୁଲୁଥିବା ଏହି ଅସାମାଜିକ ଯୁବକଙ୍କୁ ଲଗାଇ ଉକ୍ତ ଶିକ୍ଷକଙ୍କ ଉପରେ ଆକ୍ରମଣ କରାଯାଇଥିବା ନିକଟସ୍ଥ ସୋନପୁର ସ୍ପିନିଂମିଲ୍ ଛକର ଜଣେ ବିଶିପଡା ଗ୍ରାମର ଓ ନଦୀକୂଳରେ ରହୁଥିବା ପକୁଡିଦୋକାନୀ ଠାରୁ ସୂଚନା ମିଳିଥିବା ପ୍ରକାଶ । ଆହୁରି ମଧ୍ଯ ନିକଟସ୍ଥ ଗ୍ରାମରେ ବିବାହ କରିଥିବା ସୋନପୁରର ଏବେ ମରିଥିବା ଜଣେ ନିଶାସକ୍ତ ଯୁବକଙ୍କର ଏହି ଘଟଣାରେ ହାତ ଥିବା ତାଙ୍କ ଘରଲୋକେ ଶୁଣିବାକୁ ପାଉଥିବା କହୁଛନ୍ତି । ଏହି ହତ୍ୟାକାଣ୍ଡ ମାମଲାର ସୋନପୁର ଥାନାର ପ୍ରଥମ ଆଇଓ ମଧ୍ଯ ଏଥିରେ ୪ ଜଣଙ୍କର ସମ୍ପୃକ୍ତି ରହିଥିବା ଅନୌପଚାରିକ ଭାବେ ପ୍ରକାଶ କରିଥିଲେ । ଏଣୁ ଏତେସବୁ ସୂଚନା ଓ ତଥ୍ଯ ପ୍ରମାଣ ଥିବା ସତ୍ତ୍ବେ ଏତେଦିନ ଧରି ପୁଲିସର ତଦନ୍ତରେ ଅବହେଳା ଚର୍ଚ୍ଚାରେ ରହିଛି । ତେବେ ନୂଆ ଆସିଥିବା ଏସ୍ ପି ନାରାୟଣ ନାଏକ ଏହି ମାମଲାର ସମୁଚିତ ତଦନ୍ତ କରିବାର ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।

ଉଲ୍ଲେଖଯୋଗ୍ଯ ଯେ ସେମାନଙ୍କର ଛୋଟ ପୁଅ ଓ ଏକ ଭିନ୍ନକ୍ଷମ ଝିଅ ରହୁଛନ୍ତି ବାପାଙ୍କ ଘରେ କେଶଲପୁରାରେ ।

ଅଥଚ ଏବେ ବି ସୋନପୁରରେ ଏକାକିନୀ ରହୁଥିବା ସନ୍ଦିଗ୍ଧା ଅଭିଯୁକ୍ତା ମୃତଶିକ୍ଷକଙ୍କ ବିଧବା ପତ୍ନୀ ଆବେଦନ କରି ଯାଲୋଏ ଆର୍ ଆଇ ଓ ଉଲୁଣ୍ଡା ତହସିଲଦାରଙ୍କ ଠାରୁ ଉତ୍ତରାଧିକାରିଣୀ ପ୍ରମାଣପତ୍ର ହାସଲ କରି ଉଲୁଣ୍ଡା ବିଇଓଙ୍କ ମାର୍ଫତ୍ ରେ ସ୍ବାମୀଙ୍କର ଅନ୍ତ୍ୟେଷ୍ଟିକ୍ରୟା ଆଦି ନକରି ମଧ୍ଯ ଉଠାଇ ନେଇଛନ୍ତି ସରକାରୀ କ୍ଷତିପୂରଣ ୪ ଲକ୍ଷ ୩୦ ହଜାର ଟଙ୍କା । ଏ ସମ୍ପର୍କରେ ଉଲୁଣ୍ଡାର ବ୍ଲକ ଶିକ୍ଷାବିଭାଗର ବିଇଓଙ୍କୁ ପଚରାଯାଇଥିଲା । ତହସିଲଦାରଙ୍କ ରିପୋର୍ଟ ପରେ ତାଙ୍କର ବର୍ଷେ ମଧ୍ଯରେ ପ୍ରାପ୍ୟ ଦେବାର ନିୟମ ରହିଛି ବୋଲି ସେ ରହିଥିବା ସର୍କୁଲାର କାଢି ଦେଖାଇ ଦେଇଥିଲେ ।

ଆର୍ ଆଇ ଓ ତତ୍କାଳୀନ ତହସିଲଦାରଙ୍କ ମିଥ୍ୟା ତଦନ୍ତରିପୋର୍ଟ ଓ ଅନୁଚିତ ଅନୁକମ୍ପା ଯୋଗୁଁ ଏହି ଜାଲିଆତି କରାଯାଇଥିବା ମୃତଶିକ୍ଷକଙ୍କ ପରିବାର ପକ୍ଷରୁ ଅଭିଯୋଗ ପ୍ରକାଶ ପାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ , ଜାତିଗତ ପ୍ରମାଣପତ୍ର ଆବେଦନକୁ ଆଳ କରି ଯାଲୋଏ ଆର ଆଇ ତାଙ୍କ ସାନଭାଇଙ୍କ ପତ୍ନୀଙ୍କ ଠାରୁ ଠକିଦେଇ ସ୍ବାକ୍ଷର କରିନେଇଥିଲେ ଓ ଅଭିଯୋଗକୁ ଅଣଦେଖା କରି ତତ୍କାଳୀନ ଅତିରିକ୍ତ ତହସିଲଦାର ଥରେ ଏହି ଆବେଦନକୁ ବାତିଲ୍ କରିବା ପରେ ଉଲୁଣ୍ଡା ତହସିଲଦାର ସମ୍ପୂର୍ଣ୍ଣ ବେଆଇନ ଭାବେ ଏହି ପ୍ରମାଣପତ୍ର ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି । ଏହି ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ଗତ ମାର୍ଚ୍ଚରେ ଜଏନ କରିଥିବା ଉଲୁଣ୍ଡାର ନୂତନ ତହସିଲଦାର ଏହା ତାଙ୍କ କାର୍ଯ୍ୟକାଳରେ ହୋଇ ନଥିବାରୁ ଅଜ୍ଞତା ପ୍ରକାଶ କରିବା ସହିତ ସେ ସମୟର ଯାଲୋଏ ଆର ଆଇ ମଧ୍ୟ ଉକ୍ତ ଅଭିଯୋଗକୁ ଅସ୍ୱୀକାର କରନ୍ତି । ତେବେ କେଉଁଠି ଭୁଲ୍ ରହିଛି ଓ ଜଣେ ସନ୍ଦିଗ୍ଧା ଅଭିଯୁକ୍ତାଙ୍କ ବିରୁଦ୍ଧରେ ନରହତ୍ୟା ଅଭିଯୋଗ ପରି ଏକ ଗୁରୁତର ପୁଲିସ ତଦନ୍ତ ବାକି ଥିବାବେଳେ ଏହା କିପରି ସମ୍ଭବ ହେଲା ? ‘ ବୋଲି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post