ଦୁର୍ନୀତି

ମାମଲାଋଜୁରେ କାଳକ୍ଷେପଣ ଓ ଭିଜିଲାନ୍ସ ତଦନ୍ତ

Email :

ଏସବୁ ପଛରେ ରାଜନୈତିକ ପ୍ରତିଶୋଧ ?

ବଲାଙ୍ଗୀର : ଏବେ ଦେଖାଯାଉଛି , ଗତ ସରକାରଙ୍କ ଅମଳର ବ୍ଲକ୍ ର ମନରେଗା , ପୂର୍ତ୍ତ ବା କୋଭିଡ୍-୧୯ ବେଳର କୋଟି କୋଟି ଟଙ୍କାର ମାଳ ମାଳ ଦୁର୍ନୀତିର ତଦନ୍ତ ଗଣମାଧ୍ୟମର ପୃଷ୍ଠାମଣ୍ଡନ କରୁଛି । ସେତେବେଳର ପ୍ରକାଶିତ ଏହି ଅଭିଯୋଗ ଗୁଡିକ ସରକାରଙ୍କ ଦୃଷ୍ଟ୍ବିକୁ ଅଣାଯାଇଥିଲା । କିନ୍ତୁ ଭିଜିଲାନ୍ସ ଏହାର ତଦନ୍ତ କରି ନଥିଲା । ଏବେ ସରକାର ବଦଳିବା ପରେ ଏଇ ବିଭାଗଟିର ନିଦ ଭାଙ୍ଗିଛି ! ଗଣମାଧ୍ୟମର ଅଭିଯୋଗ ଅନୁଯାୟୀ , ସେତେବେଳେ ରାଜନେତା ବା ଲୋକପ୍ରତିନିଧିଙ୍କ ଛତ୍ରଛାୟା ତଳେ ଥାଇ ଏସବୁ ଦୁର୍ନୀତି ଅଧିକାରୀ ଓ ଠିକାଦାରଙ୍କ ଦ୍ବାରା ନିର୍ବିଘ୍ନରେ ସଂଘଟିତ ହୋଇଥିଲା । ତେଣୁ ଏଥିପାଇଁ ପୂର୍ବତନ ସରକାର ଦାୟୀ ।

ଦ୍ବିତୀୟତଃ ଆଗକୁ ପଞ୍ଚାୟତ ନିର୍ବାଚନ । ତେଣୁ ରାଜ୍ୟର ସବୁଠି ଏଇ ପାଲା ଚାଲିବ । ଆହୁରି ଗଣ୍ଡା ଗଣ୍ଡା ଅସାଧୁ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ ଧରାପଡିବେ । ତେବେ ଯଦି ସେମାନେ ଦୁର୍ନୀତି କରିଥିବା ଭିଜିଲାନ୍ସ ନଜରରେ ଥିଲା , ତଦନ୍ତର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତେ କାଳକ୍ଷେପଣ କାହିଁକି ?

ଆଉ ଏକ ପ୍ରଶ୍ନ ଯେ , ଯଦି ଆଉଥରେ ପୂର୍ବଦଳର ସରକାର ଆସିଥା’ନ୍ତା ? ଏହାଛଡା ଯୋଉଠି ପୂର୍ବଦଳର ପ୍ରତିନିଧି ଏବର କ୍ଷମତାସୀନ ଦଳରେ ମିଶିଛନ୍ତି , ସେଠି ? ସେଠି ବି କ’ଣ ଏଭଳି ଭିଜିଲାନ୍ସ ହାତ ମାରିବ ?

ତେଣୁ ଏସବୁ ପଛରେ ରାଜନୈତିକ ପ୍ରତିଶୋଧ ଛଡା ଅନ୍ୟକିଛି ନାହିଁ ବୋଲି ଲୋକଙ୍କର ଚର୍ଚ୍ଚା କ’ଣ ସତ ?

ଏହା ଅବଶ୍ଯ ସତ୍ଯ ଯେ , ବିଗତ ୨୪ ବର୍ଷ ଧରି ପଞ୍ଚାୟତ, ବ୍ଲକ୍ ବା ଅନ୍ଯାନ୍ଯ ସରକାରୀ ବିଭାଗରେ ଉନ୍ନୟନ, ବିକାଶ ବା କୋଭିଡ୍ ଆଦି ସଂକଟସମୟରେ ସରକାରୀ ଅର୍ଥ ଅନୁଦାନର ବ୍ୟାପକ ବାଟମାରଣା ହୋଇଥିବା ଲୋକେ ଅନୁଭବ କରିଥିଲେ । ଏଣୁ ଏହି ତଦନ୍ତର ଏକାନ୍ତ ଆବଶ୍ୟକତା ରହିଛି ।

ତେବେ ତଦନ୍ତ ଆଳରେ କାହା କାହାର କେତେ କିପରି ହାତଚିକ୍କଣ ବି ହବାର ସମ୍ଭାବନାକୁ ଅସ୍ବୀକାର କରାଯାଇ ପାରୁନାହିଁ । ଏହି ସରକାରଙ୍କ ସମୟରେ ମଧ୍ଯ ଅନୁରୂପ ଦୁର୍ନୀତି ବା ସରକାରୀ ଅର୍ଥ ଅନୁଦାନର ବାଟମାରଣା ଯେ ନ ହବ , ତା’ର ଗ୍ୟାରେଣ୍ଟି ବି ନାହିଁ !

ଏଣୁ ବଙ୍ଗୋମୁଣ୍ଡା ବା ଖପ୍ରାଖୋଲ ବ୍ଳକରେ ମନରେଗା ଦୁର୍ନୀତି ହେଉ ଅଥବା ଟିଟିଲାଗଡ ବା ପାଟଣାଗଡ ଉପଖଣ୍ଡରେ ପୂର୍ତ୍ତ ବିଭାଗର ରାସ୍ତାନିର୍ମାଣ/ ମରାମତିରେ ହେରଫେର କିମ୍ବା ଜିଲ୍ଲାସାରା କୋଭିଡ୍ -୧୯ ର ଖର୍ଚ୍ଚବାର୍ଚ୍ଚରେ ହେଉ ; ଏହାର ଭିଜିଲାନ୍ସ ତଦନ୍ତର ଖବରରେ ଉଲ୍ଲସିତ ହବାର କିଛିନାଇଁ !

ଏସବୁ ଚାଲିବ । ସବୁକାଳେ ଚାଲିଛି । ଚାଲିଥାଏ ।

Leave a Reply

Your email address will not be published. Required fields are marked *

Related Post