ଅପରାଧ

ବଲାଙ୍ଗୀରରେ ଦେଶୀମଦଭାଟିବାଲାଙ୍କ ଦୌରାତ୍ମ୍ଯ

Email :

ମଦଭାଟି ପହିଲମ୍ୟାନ୍ କୁ ହତ୍ୟା

ବଲାଙ୍ଗୀର : ଦୀର୍ଘବର୍ଷ ଧରି ବଲାଙ୍ଗୀର ଜିଲ୍ଲାର ଦେଶୀମଦଭାଟି ନିଲାମରେ ନେଉଥିବା ବିହାରୀ ଭାଟିବାଲା ଓ ତାଙ୍କ ବିହାରୀ କର୍ମଚାରୀଙ୍କ ଦୌରାତ୍ମ୍ଯ ସୀମାଲଙ୍ଘନ କରିଛି । ଏମାନେ ଠିପିଖୋଲା ମହୁଲୀ ଦେଶୀମଦ ରାନ୍ଧି ବିକିବାର ଅବକାରୀ ଲାଇସେନ୍ସ ହାସଲ କରି ଗାଁ’ ଓ ସହରର ନିର୍ଦ୍ଦିଷ୍ଟ ଜାଗାରେ ଏହା ବିକୁଥିବା ନିୟମକୁ ନମାନି ଅବକାରୀ ଓ ପୁଲିସ ବିଭାଗକୁ ନିୟମିତ ବଟି ଦେଇ ଗାଁ’ ଗାଁ’ ଓ ସହରର ଗଳିକନ୍ଦିରେ ବେଆଇନ୍ କୁଚିଆ ମଦକୋଠି ଓ ବ୍ରାଞ୍ଚ୍ ଖୋଲି ମଦର ବନ୍ୟା ସୃଷ୍ଟି କରି ପ୍ରଚୁର ଅବକାରୀ ରାଜସ୍ବ ହଡପ କରୁଥିବା ସହିତ ‘ କାର୍ଗିଲ୍ ପାର୍ଟି ‘ ନାମକ ନିଜସ୍ବ ଦଳବଳ ଗଠନ କରି ରୀତିମତ ଗୁଣ୍ଡାଗର୍ଦ୍ଦି ଚଳାଇଆସୁଛନ୍ତି । ଏଥିଯୋଗୁଁ ହତ୍ୟାକାଣ୍ଡ ( କିଛିବର୍ଷ ତଳର ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଥାନା ହରଡଖୋଲ ବିଟ୍ ଅନ୍ତର୍ଗତ ଖମ୍ବେଶ୍ବରୀପାଲି ଗ୍ରାମର କୁଚିଆ ହତ୍ୟାକାଣ୍ଡ ମାମଲା )ମଧ୍ଯ ସଂଘଟିତ ହେଉଥିଲେ ହେଁ , ପୁଲିସ ମୋଟାଅଙ୍କର ଉତ୍କୋଚ ଖାଇ ମାମଲାକୁ ଚପାଇ ଦେବାର ନଜିର୍ ରହିଛି । ଆହୁରି ମଧ୍ଯ ଏହି ମଦଭାଟିର ମ୍ୟାନେଜର ଓ ପହିଲିମାନ କର୍ମଚାରୀମାନେ ଗାଁ’ର ଝିଅବୋହୁଙ୍କ ଉପରେ ଖରାପନଜର ପକାଉଥିବା ସହିତ ଟଙ୍କାଦେଇ ଯୌନଶୋଷଣ କରୁଛନ୍ତି । କିଛିବର୍ଷ ତଳେ ଭୁତିଆର ବାହାଲ ଗ୍ରାମର ଜନୈକା ବିଧବାଙ୍କୁ ସେହି ମଦଭାଟିର ମ୍ୟାନେଜର ଏଭଳି କରୁଥିବା ସର୍ବବିଦିତ ।

ଏବେ ଟିଟିଲାଗଡ ରୋଡ୍ ରେ ଅବସ୍ଥିତ ସିନ୍ ଖମନ ଦେଶୀମଦଭାଟିର ମ୍ୟାନେଜର ଉକ୍ତ ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ପରକୀୟା ଅନୈତିକ ସମ୍ପର୍କ ନିମନ୍ତେ ଉକ୍ତ ମହିଳାର ସ୍ବାମୀ କେତେକ ସହଯୋଗୀଙ୍କ ସହ ମିଶି ଉକ୍ତ ମଦଭାଟିର ମ୍ୟାନେଜରକୁ ଛଳନାରେ ଡକାଇ ସେ ନ ଯାଇ ଅନ୍ୟମାନଙ୍କୁ ପଠାଇବାରୁ , ସେହି ଭାଟିର ଜଣେ ପହିଲିମାନକୁ ପିଟି ପିଟି ହତ୍ୟାଘଟଣାରେ ମୁଖ୍ୟଅଭିଯୁକ୍ତ ଉକ୍ତ ମହିଳାର ସ୍ବାମୀ ସହ ୪ ଜଣଙ୍କୁ ସଦରଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ ।

ଗାଁ’ ଝିଅବୋହୁଙ୍କ ଉପରେ ନଜର

ପ୍ରକାଶ ଯେ , ଗତ ୨୨ ତାରିଖ ସନ୍ଧ୍ୟାରେ ସେହି ଗ୍ରାମର ଏକ କିରାନାଦୋକାନ କରିଥିବା ମୁଖ୍ଯ ଅଭିଯୁକ୍ତ ବଳରାମ ବାରିକ ବାଇକ୍ ଦୁର୍ଘଟଣା ହୋଇଛି , ଟିକେ ସାହାଯ୍ଯ କରିବାକୁ ଆସିବାକୁ ଦୋକାନରୁ ପ୍ରାୟତଃ ସାମାନ୍ କିଣାକିଣି କରୁଥିବା ଭାଟି ମ୍ୟାନେଜର ବିଶାଳ ରଞ୍ଜନକୁ ଫୋନ୍ ରେ ଅନୁରୋଧ କରିଥିଲା । ତେବେ ମ୍ୟାନେଜର ନିଜେ ନ ଯାଇ ଭାଟିର ଅନ୍ୟ ୩ ଜଣ କର୍ମଚାରୀ ( ବିହାରୀ ପହିଲିମାନ ଶାରଦା , ଓଡ଼ିଆ ପହିଲିମାନ ଅଞ୍ଚନ ସେଠ୍ ଓ ରାନ୍ଧୁଣିଆ କରୁଆଁଝରର ବିକାଶ)କୁ ପଠାଇଥିଲେ । ତେବେ ଅଭିଯୁକ୍ତମାନେ ‘ ତାଙ୍କ ବାଇକ୍ ର ଚାବି ଛଡାଇ ନେଇ ‘ ମ୍ୟାନେଜରକୁ ଡାକ୍ ‘ କହି ରାଗରେ ଶାରଦାକୁ ପିଟି ପିଟି ମାରି ନିକଟସ୍ଥ ବନ୍ଧହିଡରେ ଫୋପାଡି ଦେଇଥିବା ପ୍ରକାଶ ।

ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡି ନଥିବା ବେଳେ , ଭାଟି ମ୍ୟାନେଜର ବିଶାଳ କିଛିଦିନ ହେଲା ଦୋକାନରେ ବସୁଥିବା ବଳରାମର ସ୍ତ୍ରୀଙ୍କ ମୋବାଇଲକୁ କିଛି ମ୍ୟାସେଜ୍ କରିଥିବା ଓ ଏଥିନେଇ ବଳରାମ ମ୍ୟାନେଜରକୁ ଡକାଇ ହତ୍ୟା କରିବାର ଯୋଜନା କରିଥିବା କୁହାଯାଇଛି । ତେବେ ମାତ୍ର ଦୁଇସପ୍ତାହ ହେଲା ଏହି ଭାଟିକୁ କାମ କରିବାକୁ ଆସିଥିବା ବିବାହିତ ଯୁବକ ପହିଲିମାନ ଶାରଦା ବିନାଦୋଷରେ ଫସିଯାଇ ଜୀବନ ଦେଇଥିବା ପ୍ରକାଶ ।

ଇତିମଧ୍ୟରେ ଉକ୍ତ ମ୍ୟାନେଜର ବିଶାଳ ରଞ୍ଜନକୁ ଉକ୍ତ ଭାଟିରୁ ହଟାଇ ନିଆଯାଇ ଅନ୍ୟଜଣେ ବିହାରୀ ମ୍ୟାନେଜରକୁ ମୁତୟନ କରାଯାଇଛି । ଏସମ୍ପର୍କରେ ବଲାଙ୍ଗୀର ସୁଦ୍ ପଡାସ୍ଥିତ କମ୍ପାନୀ ଭାଟି ସୁପରଭାଇଜର ରାଜେଶ ପ୍ରସାଦ ସହ ବାରମ୍ବାର ଯୋଗାଯୋଗ କରିବାର ଚେଷ୍ଟା ଯାଇଥିଲେ ହେଁ , ସେ ଫୋନ୍ ଉଠାଉ ନାହାଁନ୍ତି ! ତେବେ ଗ୍ରାମବାସୀଙ୍କ ଏହି ସଂଘବଦ୍ଧ ସ୍ପଷ୍ଟ ଦିବାଲୋକରେ ନୃଶଂସ ହତ୍ୟାକାଣ୍ଡର ଅନ୍ୟକିଛି କାରଣ ରହିଥିବା ସମ୍ପର୍କରେ ପ୍ରକୃତ ତଥ୍ୟକୁ ଚପାଇ ଦିଆଯାଉଥିବାର ମଧ୍ଯ ଭିନ୍ନ ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ଯ ଯେ , ଗତବର୍ଷ ଏହି ମଦଭାଟିରୁ ଆୟକର ବିଭାଗର ଚଢାଉରେ ପ୍ରାୟ ସାଢେ ତିନିକୋଟିର ନଗଦ ଟଙ୍କା ଜବତ ହୋଇଥିଲା। ଲାଇସେନ୍ସପ୍ରାପ୍ତ ମଦଭାଟି ବାହାରେ ବ୍ୟାପକ ବେଆଇନ୍ କୁଚିଆକୋଠି ଓ ( କିଛିବର୍ଷ ତଳେ ଏଥିପାଇଁ ଏହି ଭାଟିର ଏକାଧିକ ମ୍ୟାନେଜର ଓ କର୍ମଚାରୀଙ୍କୁ ତତ୍କାଳୀନ ବଲାଙ୍ଗୀର ପୁଲିସ ଏସ୍ ପି ପ୍ରତୀକ ମହାନ୍ତି ଗିରଫ କରି ଜେଲ୍ ପଠାଇଥିବା ଘଟଣା ସତ୍ତ୍ବେ ) ଜରିପାଉଚ୍ ରେ ମଦବିକ୍ରିର ସୁଲଭତା ଯୋଗୁଁ କୋଟି କୋଟି ଆୟବହିର୍ଭୂତ ଉପାର୍ଜନ ଓ ବିପୁଳ ରାଜସ୍ବ ଫାଙ୍କି ସତ୍ତ୍ବେ ଏହିଭଳି ବିହାରୀ ଓ କେତେକାଂଶରେ ବଲାଙ୍ଗୀର ଜିଲ୍ଲାର ମାରୁଆଡି ମଦବେପାରୀଙ୍କ ମୁହଁ ବଢିଗଲାଣି । ଫଳରେ ଏଭଳି ହତ୍ୟାକାଣ୍ଡ ଓ ବେଆଇନ କାରବାର ବୃଦ୍ଧି ପାଉଥିବା ଲୋକେ ମତବ୍ୟକ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Post