ଅପରାଧ

କ୍ବାକ୍ କାରନାମା

Email :

ସାନ ଉଡେନ୍ ପରେ ବଡ ଉଡେନ୍ !

ଖପ୍ରାଖୋଲ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଓ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଲକ୍ ରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସାନଉଡେନ୍ ଗ୍ରାମରେ ଏକ ବାପପୁଅ କ୍ବାକ୍ ଙ୍କ ଦୀର୍ଘ ବର୍ଷ ଧରି ଚାଲିଥିବା ଏକ ବେଆଇନ୍ କ୍ଲିନିକ୍ ଓ ଔଷଧଦୋକାନ ସିଲ୍ ହେବା ଘଟଣା ପରେ ସେହି ଅଞ୍ଚଳର ବଡଉଡେନ୍ ଗ୍ରାମର ଜଣେ ଧଣ୍ଡାମୁଣ୍ଡା ସରକାରୀ ପିଏଚସି ( ନିଉ ) ସାମ୍ନାରେ ଏକ କ୍ଲିନିକ୍ ଖୋଲି ସକାଳୁ ରାତି ପର୍ଯ୍ୟନ୍ତ ଘରୋଇ ରୋଗୀଚିକିତ୍ସା କରୁଥିବା ଦେଖାଯାଇଛି । ଗୁରୁତର ଅଭିଯୋଗ ଯେ , ଗଣପତି ବେହେରା ନାମକ ଉକ୍ତ ବ୍ୟକ୍ତି ଜଣକ ସିନ୍ଧେକେଲା ସିଏଚସିରେ ଫାର୍ମାସିଷ୍ଟ୍ ଭାବରେ ସରକାରୀ ଚାକିରୀ କରନ୍ତି । କିନ୍ତୁ ସେ ସେଠାକାର ମେଡିକାଲ ଅଫିସରଙ୍କୁ ତାଙ୍କ ବେତନର ୨୫ % ନିୟମିତ ଲାଞ୍ଚ ଦେଇ ସେଠାକୁ ନ ଯାଇ ଧଣ୍ଡାମୁଣ୍ଡା- ବାଞ୍ଜିପାଲି ରାସ୍ତାରେ କଲେଜକୁ ଲାଗିକରି ଡାକ୍ତରଖାନା ସାମ୍ନାରେ ଖୋଲିଥିବା ବେଆଇନ କ୍ଲିନିକ୍ ରେ ଘରୋଇ ଚିକିତ୍ସାରେ ମାତି ପ୍ରଚୁର ବେଆଇନ ଉପାର୍ଜନ କରୁଛନ୍ତି ବୋଲି ଅଭିଯୋଗରୁ ପ୍ରକାଶ । ତାଙ୍କୁ ତାଙ୍କର ‘ Docter X ଥିବା ନମ୍ବରରେ ଯୋଗାଯୋଗ ବାରମ୍ବାର କରିବା ସତ୍ତ୍ବେ ପ୍ରଥମେ ସେ ଉଠାଇ ନଥିଲେ । ଖପ୍ରାଖୋଲ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଓ ପାଟଣାଗଡ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ତଥା ବଲାଙ୍ଗୀର ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଏହା ଜାଣନ୍ତି କି ?

ତେବେ ଏ ସମ୍ପର୍କରେ ତାଙ୍କ ‘ Docter strange ‘ ନାଁ’ ରେ ସେଭ୍ କରିଥିବା ମୋବାଇଲ୍ ନମ୍ବରରେ ପଚାରିବାରୁ ଖପ୍ରାଖୋଲ ମେଡିକାଲ ଅଧିକାରୀ ଡା ସୂରଜ ଦୀପ , ଗଣପତି ବେହେରା ସିନ୍ଧେକେଲାରେ ଚାକିରୀ କରୁଥିବା ସ୍ବୀକାର କରିଥିବା ବେଳେ ଧଣ୍ଡାମୁଣ୍ଡାରେ କ୍ଲିନିକ୍ କରି ରୋଗୀଚିକିତ୍ସା କରୁଥିବା ସମ୍ପର୍କରେ ଜାଣି ନଥିବା ପ୍ରକାଶ କରିଛନ୍ତି ।

ସେହିପରି ସାନଉଡେନ ବେଆଇନ ଔଷଧଦୋକାନ ଓ କ୍ଲିନିକ୍ ଉପରେ ଚଢଉ କରିବା ସମ୍ପର୍କରେ ସେ ସ୍ବୀକାର କରିବା ସହିତ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଇଥିବା ଏବଂ ସେମାନେ ବା ଉପଜିଲ୍ଲାପାଳ ସିଲ୍ କରିପାରିବେ ବୋଲି ସଫେଇ ଦେଇଛନ୍ତି । ଏହି ସାନଉଡେନ ବେଆଇନ କ୍ଲିନିକ୍ କରି ରୋଗୀଚିକିତ୍ସା କରୁଥିବା ଫାର୍ମାସିଷ୍ଟ ଲାଇସେନ୍ସରେ ଔଷଧଦୋକାନ କରିଥିବା ସୁରେନ୍ଦ୍ର ମେହେର ତାଙ୍କ ଦୋକାନ ସିଲ୍ ହୋଇ ନଥିବା କିମ୍ବା ଥାନାରେ ଏତଲା ହୋଇ ନଥିବା କହିଛନ୍ତି । ତେବେ ଧଣ୍ଡାମୁଣ୍ଡା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ବେଆଇନ ଚିକିତ୍ସା କରୁଥିବା ବଡଉଡେନର ସିନ୍ଧେକେଲା ଫାର୍ମାସିଷ୍ଟ୍ ଗଣପତି ବେହେରା ଏହା ଖପ୍ରାଖୋଲ ସୁରଜ ଡାକ୍ତର ଆଜ୍ଞାଙ୍କୁ କହିକରି ଚଳାଇଥିବା ଓ ଯଦି କହୁଛନ୍ତି ବନ୍ଦ କରିଦେବି ‘ ବୋଲି ପ୍ରକାଶ କରିଛନ୍ତି ।

ଏଣୁ ବଲାଙ୍ଗୀର ଜିଲ୍ଲାରେ କ୍ବାକ୍ ଙ୍କ ବେଆଇନ ରୋଗୀଚିକିତ୍ସା ସହିତ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ସମ୍ପୂର୍ଣ୍ଣ ଜ୍ଞଞତସାରରେ ସରକାରୀ ସ୍ବାସ୍ଥ୍ୟକର୍ମଚାରୀଙ୍କ ବେଆଇନ ଘରୋଇ ଚିକିତ୍ସା କେତେ ପରିମାଣରେ ଚାଲିଛି , ସହଜରେ ଅନୁମେୟ ।

Leave a Reply

Your email address will not be published. Required fields are marked *

Related Post