ଅପରାଧ

ସାଇଟ୍ ନର୍ସିଂ ହଷ୍ଟେଲରେ ମହିଳାମାନେ କେତେ ସୁରକ୍ଷିତ ?

Email :

ମାଲିକଙ୍କ ନିର୍ଦ୍ଦେଶକପୁଅ ମହିଳାୱାଡେନଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଯିବାପରେ…

ବଲାଙ୍ଗୀର : ନିକଟରେ ବଲାଙ୍ଗୀର ସଦାଇପାଲିଠାରେ ସ୍ଥିତ ସୁଶ୍ରୀ ଓରଫ ସାଇଟ୍ ନର୍ସିଂ ହଷ୍ଟେଲର ମହିଳାୱାଡେନଙ୍କୁ ଅସଦାଚରଣ କରି ଗିରଫ ହେବାପରେ ଏବେ ଜେଲ୍ ହାଜତରେ ଥିବାବେଳେ ଏହି ଘରୋଇସଂସ୍ଥା ଓ ତାର ହଷ୍ଟେଲ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ବୋଲି ଜନସାଧାରଣଙ୍କ ମନରେ ଶଂକା ସୃଷ୍ଟିହୁଏ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ , ଗତ ୨୦୧୩ରୁ ଏହି ସୁଶ୍ରୀ ନର୍ସିଂ କଲେଜର ସୁପ୍ରିମ୍ ଟେଣ୍ଡେଣ୍ଟ ଅଶୋକ ପ୍ରଧାନଙ୍କ ଜରିଆରେ କଣ୍ଟିଲୋର ବୀଣାପାଣି ବେହେରା ନାମ୍ନୀ ଉକ୍ତ ନର୍ସିଂ ହଷ୍ଟେଲର ୱାଡେନ ଥିବା ଜଣେ ମହିଳାଙ୍କୁ ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ବା ସମ୍ପାଦକ ଥିବା ମାଲିକ ବିଶିଷ୍ଟ ସମାଜସେବୀ ଡ ଶ୍ରୀକର ମିଶ୍ରଙ୍କ ପୁଅ ନାରାୟଣ ମିଶ୍ର ତାଙ୍କ ଅଫିସ ଚ୍ୟାମ୍ବରକୁ ଡକାଇ ଯୌନଅସଦାଚରଣ କରିଥିବା ଓ ଅସଫଳ ହେବାରୁ ଜୀବନରେ ମାରିଦେବାକୁ ସେ ସ୍ଥାନୀୟ ବଲାଙ୍ଗୀର ସଦରଥାନାରେ ଅଭିଯୋଗ କରିଥିଲେ । ଏସ୍ ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଆଇ ଆଇ ସି ରାଜକୁମାର ବିଶ୍ବାଳଙ୍କ ଦ୍ବାରା ଓ ସଦର ଏସଡିପିଓ ସରୋଜ ଉପାଧ୍ୟାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ତାହାର ତଦନ୍ତ ପୂର୍ବକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେଠାରୁ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହିତ ଏକ ସାମାଜିକ ଗଣମାଧ୍ୟମରେ ଜନୈକା ମହିଳା ସାମ୍ବାଦିକାଙ୍କ ଦ୍ବାରା ଏଠାରେ ପଢୁଥିବା ଅଳ୍ପ ବୟସର ଛାତ୍ରୀମାନଙ୍କୁ ମଧ୍ଯ ଯୌନଶୋଷଣ କରାଯାଇ ଆସୁଥିବା ସଂସ୍ଥାର ‘ଚନ୍ଦନବନର ରହସ୍ଯ’ ତଥା ପୂର୍ବର କେତେକ ଆତ୍ମହତ୍ୟା ଇତ୍ୟାଦି ବିବାଦୀୟ ବିଷୟ ଓ ପୂର୍ବରୁ ଅଦ୍ୟାବଧି ଚପାଇ ଦିଆଯାଇ ଆସିଥିବା ଆହୁରି ଅନେକ ଅନୁରୂପ ଚାଞ୍ଚଲ୍ୟକର ଆପରାଧିକ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ସହରର ବଡ ବଡ ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କୁ ଏଭଳି ବ୍ୟଭିଚାରର ବିରୁଦ୍ଧରେ ଆହ୍ବାନଧର୍ମୀ ଘନ ଘନ ରିପୋର୍ଟ ପ୍ରକାଶ ପାଇଆସୁଥିବା ହେଁ ସଂସ୍ଥା ତରଫରୁ କୌଣସି ସ୍ପଷ୍ଟୀକରଣ ପ୍ରକାଶ ପାଇନ ଥିବା ଆଶ୍ଚର୍ଯ୍ୟର ବିଷୟ ! ସର୍ବୋପରି ଏହି ସୁଶ୍ରୀ ଅନୁଷ୍ଠାନ ସ୍ଥାପନ ସହ ଜିଲ୍ଲାରେ ଦୀର୍ଘବର୍ଷ ଧରି ସ୍ବେଚ୍ଛାସେବୀ ଭାବରେ ଜଣାଶୁଣା ତଥା କ୍ରୀଡା ଓ ବିଭିନ୍ନ ସମାଜସେବା ଇତ୍ୟାଦିର ଜଣେ କରିତ୍ କର୍ମା ଅଭିଯୁକ୍ତର ବାପା ଡ . ମିଶ୍ରଙ୍କର ତଥାକଥିତ ପ୍ରତିଷ୍ଠା ଓ ଭାବମୂର୍ତ୍ତି ବା ପତିଆରାରେ ତାଙ୍କ ପୁତ୍ରର ଏହି କଳଙ୍କିତ ଘଟଣା ଯଥେଷ୍ଟ ଆଞ୍ଚ ଆଣିଛି ।

ଏହି ପରିପ୍ରେକ୍ଷୀରେ ଦୀର୍ଘଦିନର ଏକ ସୁପ୍ରତିଷ୍ଠିତ ଶୈକ୍ଷିକଅନୁଷ୍ଠାନ ହୋଇଥିଲେ ହେଁ , ଏହି ଦୁର୍ଭାଗ୍ଯଜନକ ଘଟଣା ଘଟିବାରୁ ଏଠାରେ ମହିଳାମାନଙ୍କ ନିରାପତ୍ତା ନେଇ ସଂଶୟ ସୃଷ୍ଟିହୋଇଛି । ଅବଶ୍ଯ ଉପରୋକ୍ତ ଅଭିଯୋଗକୁ ସାଇଟ୍ ପକ୍ଷରୁ ଖଣ୍ଡନ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post