ଏତେଟଙ୍କା ଆଣିଲେ କେଉଁଠୁ ?
ବଲାଙ୍ଗୀର : ଜିଲ୍ଲାର ଦାଦନଚାଲାଣର ଏକ ପ୍ରମୁଖ ପୀଠ ବେଲପଡା ବ୍ଲକ୍ ର ଘାଗୁର୍ଲି ପଞ୍ଚାୟତର ଗ୍ରାମସାଥୀ ଥିବା ଜଣେ ଗରିବ ଶ୍ରେଣୀର କ୍ଷୁଦ୍ରଚାଷୀ ପର୍ଲିମାଲ୍ ରାଜସ୍ବ ସର୍କଲ୍ ଅନ୍ତର୍ଗତ ଘାଗୁର୍ଲି-ଗମ୍ଭାରୀ ରାସ୍ତା ପାର୍ଶ୍ବର ପତ୍ରାଜଙ୍ଗଲ ଭିତରେ ନିଜର କିଛି ଜମି ଥିବା ଦର୍ଶାଇ ଉକ୍ତ ଜଙ୍ଗଲଜମିରେ ରାସ୍ତା ଜବରଦଖଲ କରି ଏକ ବଡ କୁକୁଡା ଫାର୍ମ ସହିତ ପାମ୍ ଅଏଲ୍ ଚାରା ଉତ୍ପାଦନ ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ ‘ମୁଖ୍ଯମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ କୁକୁଡା ଚାଷ ପାଇଁ ୨ କୋଟି ୩୫ ହଜାର ଟଙ୍କାର ଏବଂ ପାମ୍ ଅଏଲ୍ ଚାରା ଉତ୍ପାଦନ ପାଇଁ ବ୍ୟାଙ୍କ ଋଣ ସହାୟତା ମିଳିଛି । ତେବେ ଏହା ଲୋକଙ୍କର ସନ୍ଦେହ ସୃଷ୍ଟି କରିଛି ।
ଜନସାଧାରଣଙ୍କ ଅଭିଯୋଗରୁ ପ୍ରକାଶ ଯେ , ଏହି ବ୍ଲକର ଗ୍ରାମସୀଥୀମାନେ ମନରେଗାର ସୋକ୍ ପିଟ୍ ଟଙ୍କା ହଡପ କରି ମାଲାମାଲ୍ ହୋଇଯାଇଥିବା ପରିପ୍ରେକ୍ଷୀରେ ଉକ୍ତ ଗ୍ରାମସାଥୀ ଜଣକ ମଧ୍ଯ ସରପଞ୍ଚ ଓ ବ୍ଲକ୍ ଅଧିକାରୀଙ୍କୁ ହାତ କରି ବଙ୍ଗାଳୀ ଠିକାଦାର ଲଗାଇ ପ୍ରତି ଗ୍ରାମର ହିତାଧିକାରୀଙ୍କ ବାସନମଜା ଜାଗାରେ ସୋକ୍ ପିଟ୍ ପିଛା ସାଢେ ୭ ହଜାରରୁ ହଜାର ହଜାର ଟଙ୍କାର ବାଟମାରଣା କରିଆସିଥିଲେ । ଏହି ସମ୍ବଳରେ ଉଦ୍ଦେଶ୍ଯମୂଳକ ଭାବେ ପତ୍ନୀଙ୍କ ନାମରେ କିଛି ଜଙ୍ଗଲ ସଂଲଗ୍ନ ଜମି କିଣି ରାଜନେତା ଓ ବ୍ୟାଙ୍କ ଏବଂ ବିଭିନ୍ନ ଜଙ୍ଗଲ, ଉଦ୍ୟାନ ବିଭାଗ, ପଶୁପାଳନ ବିଭାଗ ଓ ପାମ୍ ତେଲ ଚାଷ କରାଉଥିବା କମ୍ପାନୀର ଅଧିକାରୀଙ୍କୁ ଧରାଧରି କରି ଏଭଳି କୋଟି କୋଟି ଟଙ୍କାର ସମନ୍ଵିତ ଫାର୍ମ କରିବାରେ ସଫଳ ହୋଇଥିବା କୁହାଯାଉଛି । ଏ ସମ୍ପର୍କରେ ଉକ୍ତ ଫାର୍ମ ଓ ଉକ୍ତ ଗ୍ରାମସାଥୀ ବନାମ ଚାଷୀ ନବୀନ ଚଣ୍ଡୀଙ୍କ ଘାଗୁର୍ଲି ସ୍ଥିତ ଘରକୁ ଯାଇ ପଚାରିଥିବା ସତ୍ତ୍ବେ , ସେ ଫୋନ୍ ରେ ଅଳ୍ପ କଥା ହୋଇ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିବା ସହ ଧରାଛୁଆଁ ଦେଇ ନ ଥିବାରୁ ଏଥିରେ କିଛି ହେରଫେର ରହିଥିବାର ସନ୍ଦେହ ହେଉଛି । ଏଣୁ ଏହି ବେଲପଡା ବ୍ଲକର ପଞ୍ଚାୟତ ଗୁଡିକରେ ମନରେଗାର ଉକ୍ତ ସୋକ୍ ପିଟ୍ ଦୁର୍ନୀତି ଓ ଏତାଦୃଶ ଉଠିଥିବା ଜଙ୍ଗଲ ଜମି ଜବରଦଖଲ ବା ଅନୁଚିତ ବ୍ୟାଙ୍କ୍ ଋଣ ଅନୁଗ୍ରହ ଇତ୍ୟାଦିର ଏକ ଭିଜିଲାନ୍ସ ତଦନ୍ତ କରାଯିବାକୁ ସ୍ଥାନୀୟ ଲୋକେ ସରକାରଙ୍କ ଠାରେ ଦାବି କରନ୍ତି ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।