ଜିଲ୍ଲା

ଜିଲ୍ଲା ଲେଖକ ପରିଷଦ ନାଁ’ରେ ଠକେଇ !

Email :

ନକଲି କର୍ମକର୍ତ୍ତାଙ୍କ ପୁଣି ଅପପ୍ରଚାର !

ବଲାଙ୍ଗୀର : ଗତ କିଛିମାସ ଧରି ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ବିରୋଧରେ କେତେକ ଅଣଲେଖକ ଓ ମନ୍ଦକବି- ଯଶପ୍ରାର୍ଥୀ ତଥାକଥିତ ଲେଖକ ଅବୈଧ ଭାବରେ ସକ୍ରିୟ ରହିଛନ୍ତି । ସେମାନଙ୍କ ପକ୍ଷରୁ ବିଭିନ୍ନ ଲୋକଙ୍କୁ ଠୁଳକରି ଇତଃସ୍ତତଃ ତିନୋଟି ବୈଠକ ଅନୁଷ୍ଠିତ କରି ପରିଷଦ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗର ଅପପ୍ରଚାର କରିବା ସହିତ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ଦଶନ୍ଧି ଧରି କିଛି କରୁ ନଥିବା ଇତ୍ୟାଦି ଆରୋପ କରି ପରିଷଦର ପୁନର୍ଗଠନ ନିମନ୍ତେ ଏହି ମେଳିର ଆୟୋଜନ କରାଯାଉଥିବାର ଆଳ ଦେଖାଇଥିଲେ । ଏପରିକି ଗଣମାଧ୍ୟମରେ ମଧ୍ଯ ଏ ସମ୍ପର୍କିତ ବିଭ୍ରାନ୍ତିକର ଖବର ପ୍ରକାଶ କରିଥିଲେ । ଏହା ବିରୁଦ୍ଧରେ ପରିଷଦ ପକ୍ଷରୁ ଦୃଢ ପ୍ରତିବାଦ ପ୍ରକାଶ କରାଯିବା ସହ ଶେଷରେ ପରିଷଦର ସଭାପତିଙ୍କୁ ଧମକ ଦେବା ସମ୍ପର୍କରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇ ସ୍ଥାନୀୟ ଟାଉନଥାନାରେ ଉକ୍ତ ଗୋଷ୍ଠୀର କେତେକଙ୍କ ବିରୋଧରେ ଏକ ଏତଲା ଦିଆଯାଇଥିଲା । ପୁଲିସ ପକ୍ଷରୁ ଏ ସମ୍ପର୍କରେ ଅଭିଯୁକ୍ତ ପକ୍ଷର କେତେକଙ୍କୁ ଥାନାକୁ ଡକାଇ ପରିଷଦର କର୍ମକର୍ତ୍ତାଙ୍କ ଆଗରେ ତଦନ୍ତ ଆରମ୍ଭ କରିଥିଲା । ତେବେ ଅଭିଯୁକ୍ତ ଗୋଷ୍ଠୀ ପକ୍ଷରୁ ପରିଷଦର ପଞ୍ଜିକରଣ ଅଧିକାରୀ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁମୋଦନ ନିମନ୍ତେ ଆବେଦନ କରାଯାଇଥିବାର ଆଳ ଦର୍ଶାଯାଇଥିବା ବେଳେ ଅଦ୍ୟାବଧି ମାସାଧିକ କାଳ ଧରି ସେମାନଙ୍କୁ କୌଣସିପ୍ରକାର ସ୍ବୀକୃତି ମିଳିପାରି ନାହିଁ ।

କିନ୍ତୁ ଏହାସତ୍ତ୍ବେ ପରିଷଦର ବିନାନୁମତିରେ ଉକ୍ତ ଅଭିଯୁକ୍ତ ଗୋଷ୍ଠୀର କେତେଜଣ ମନେ ମନେ ନିଜକୁ ବିଭିନ୍ନ ଅନୁଷ୍ଠାନର ସଭାରେ ନିଜକୁ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର କର୍ମକର୍ତ୍ତା ଭାବେ ଅପପ୍ରଚାର କରିଚାଲିଛନ୍ତି ! ଏମାନଙ୍କ ଷଡଯନ୍ତ୍ର ଯୋଗୁଁ ଚଳିତବର୍ଷର ‘ ବଲାଙ୍ଗୀର ବହିହାଟ ‘ ବନ୍ଦ ହୋଇଗଲା ।

କିଛିଦିନ ତଳେ ଏହି ଅବୈଧ ଆତ୍ମଘୋଷିତ ନକଲି ପରିଷଦର କେତେକ ବ୍ୟକ୍ତି ତୁଷୁରାର ତୋଷାଳୀ ମହୋତ୍ସବରେ ଜିଲ୍ଲା ଲେଖକ ପରିଷଦର ସଭାପତି ଭାବରେ ଜୟ କୁମାର ଆଚାର୍ଯ୍ଯ ଏବଂ ସମ୍ପାଦକ ଭାବରେ ନିମନ୍ତ୍ରଣପତ୍ରରେ ସୁଶାନ୍ତ ବାଗ ପ୍ରମୁଖଙ୍କ ନାମୋଲ୍ଲେଖ କରାଯିବା ସହ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏବେ ପୁନଶ୍ଚ ପାଟଣାଗଡ କବି ୰ ଅଶୋକ କୁମାର ଚଂଦନ ଓ ଜିଲ୍ଲା ଲେଖକ ପରିଷଦର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଭାବରେ ସୂର୍ଯ୍ୟକାନ୍ତ ବାଗ ( କବି ସୁଶାନ୍ତ )ଙ୍କ ନାମୋଲ୍ଲେଖ କରାଯାଇଥିବାର ଲକ୍ଷ୍ୟ କରାଯାଇଥିବାରୁ ପରିଷଦ ପକ୍ଷରୁ ଏହା ବିରୁଦ୍ଧରେ ତୀବ୍ର ବିରୋଧ ସହ ଦୃଢ ନିନ୍ଦା ପ୍ରକାଶ ପାଇଛି । ଏଥିରେ ଉଲ୍ଲିଖିତ ପାଟଣାଗଡ ଅଞ୍ଚଳର ଓ ଏବେ ବଲାଙ୍ଗୀରରେ ବସବାସ କରି ରହୁଥିବା ଜଣେ ଅଣଲେଖକ ବନାମ ତଥାକଥିତ ବରିଷ୍ଠ ଶିକ୍ଷାବିତ୍ ବୋଲି ଉଲ୍ଲେଖ କରାଯାଇଥିବା ଜନୈକ ସଭାସମିତିର ମଞ୍ଚ ଲିପ୍ ସୁ ସାହିତ୍ଯମାଫିଆର ଚକ୍ରାନ୍ତ ରହିଥିବା କୁହାଯାଉଛି । ତେଣୁ ସାଧୁ ସାବଧାନ୍ !

Leave a Reply

Your email address will not be published. Required fields are marked *

Related Post